Quantum Mirror

୧୫ ମିନିଟ୍ ବିଳମ୍ବ ପାଇଁ ଜଣେ ବୃଦ୍ଧ ତରଭୁଜ ବିକାଳିଙ୍କୁ ବାଡ଼ିରେ ପିଟିଛନ୍ତି ଝାରସୁଗୁଡ଼ାର ଅତିରିକ୍ତ ତହସିଲଦାର

୧୫ ମିନିଟ୍ ବିଳମ୍ବ ପାଇଁ ଜଣେ ବୃଦ୍ଧ ତରଭୁଜ ବିକାଳିଙ୍କୁ ବାଡ଼ିରେ ପିଟିଛନ୍ତି ଝାରସୁଗୁଡ଼ାର ଅତିରିକ୍ତ ତହସିଲଦାର

ଝାରସୁଗୁଡ଼ା : ରାସ୍ତାକଡ଼ରେ ତରଭୁଜ ବିକ୍ରି କରୁଥିବା ଜଣେ ବୃଦ୍ଧଙ୍କୁ ବାଡ଼ିରେ ପିଟିଛନ୍ତି ଝାରସୁଗୁଡ଼ାର ଅତିରିକ୍ତ ତହସିଲଦାର । ଲକଡାଉନ କିମ୍ବା ସଟଡାଉନରେ କେହି ମାଡ଼ ମାରିବେନି ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାକୁ ଅମାନ୍ୟ କରାଯାଇଛି । ଜଣେ ଗରିବ ବୃଦ୍ଧଙ୍କୁ ପିଟିବାକୁ ଅତିରିକ୍ତ ତହସିଲଦାରଙ୍କୁ ଅଧିକାର ଦେଲା କିଏ? ଗତକାଲି ୧୧ଟା ସମୟରେ ଅତିରିକ୍ତ ତହସିଲଦାର ହାତରେ ଠେଙ୍ଗା ଧରି ଜଣେ ପଇଡ଼ ବିକ୍ରେତାଙ୍କୁ ମାଡ଼ ମାରିଥିଲେ । ଏହାପରେ ତରଭୁଜ ବିକ୍ରି କରୁଥିବା ଜଣେ ବୃଦ୍ଧଙ୍କୁ ବାଡ଼ରେ ପିଟିଥିଲେ । ଏହି ଭିଡିଓଟି ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି । ପ୍ରଶ୍ନ ଉଠୁଛି, କାହାକୁ ଶାରୀରିକ୍ତ ଦଣ୍ଡ ନ ଦେବାକୁ ରାଜ୍ୟ ସରକାର ବାରଣ କରିଥିଲେ ମଧ୍ୟ ଏହାକୁ ଅତିରିକ୍ତ ତହସିଲଦାର ଫୁ କରି ଦେଇଛନ୍ତି । ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ଏକରି ଅମାନବୀୟ, ବେଆଇନ କାର୍ଯ୍ୟ କରିବା ବାସ୍ତବିକ ନିନ୍ଦନୀୟ ଅଟେ । ତେବେ ଅତିରିକ୍ତ ତହସିଲଦାର ତାଙ୍କ ପୁଅକୁ ମଧ୍ୟ ମାଡ଼ ମାରିଥିବା ବୃଦ୍ଧ ଜଣଙ୍କୁ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଥିବା ଜଣାପଡ଼ିଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×