ଭୁବନେଶ୍ୱର : ଖଣ୍ଡଗିରୀ କୁମ୍ଭ ମେଳାକୁ ନେଇ ବିଏମସି କମିଶନରଙ୍କ ପ୍ରତିକ୍ରିୟା। ଦୋ ଛକିରେ ଖଣ୍ଡଗିରି କୁମ୍ଭ ମେଳା । ମେଳାର ପରମ୍ପରା ରକ୍ଷା କରାଯିବ । ଅପେରା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ କି ନାହିଁ ସେନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ । ଗତକାଲି ଖଣ୍ଡଗିରୀର ୬ ଟି ଅନୁଷ୍ଠାନ ସହ ଆଲୋଚନା କରଯାଇଛି । ସେମାନଙ୍କୁ ଏକ ପ୍ଲାନ ଦେବା ପାଇଁ କୁହାଯାଇଛି । କୋଭିଡ୍ ଗାଇଡ୍ ଲାଇନ୍ ଭିତରେ ଯାହା ହୋଇପାରିବ ସେଥିପାଇଁ ବିଏମସି ନିଷ୍ପତ୍ତି ନେବ । ଚଳିତ ବର୍ଷ ୪୦୦ ଷ୍ଟଲ୍ ପାଇଁ ଅନୁମତି ଦିଆଯିବନି । ତା ସାଙ୍ଗକୁ ଯଦି ଯାତ୍ରା ପାର୍ଟି ୫୦ ପ୍ରତିଶତ ସିଟ୍ ରେ ଯାତ୍ରା କରିବା ପାଇଁ ରାଜି ହେବେ, ତେବେ ଯାଇଁ ସେମାନଙ୍କୁ ଅନୁମତି ଦିଆଯିବ । ଯାହା ବି କିଛି ନିଷ୍ପତ୍ତି ନିଆଯିବ ତାହା କୋଭିଡ୍ ଗାଇଡ୍ ଲାଇନ୍ କୁ ନଜରରେ ରଖି ନିଷ୍ପତ୍ତି ନିଆଯିବ .
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ