ନୂଆଦିଲ୍ଲୀ: ସାଂପ୍ରତିକ ପରିସ୍ଥିତିରେ ସମସ୍ତେ କରୋନା ଭୂତାଣୁ କବଳରୁ ଜୀବନ ବଞ୍ଚାଇବାକୁ ସଂଗ୍ରାମ କରୁଥିବାବେଳେ ଏଠାରେ କିନ୍ତୁ ସୋମବାର ଭିନ୍ନଦୃଶ୍ୟ ଦେଖିବାକୁ ମିଳିଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଗାମୀ ଛଅଦିନ ପାଇଁ ସମୁଦାୟ ଦିଲ୍ଲୀକୁ ଲକ୍ଡାଉନ ଘୋଷଣା କରିବାପରେ ନିଶାସକ୍ତ ଲୋକଙ୍କ ଚିନ୍ତା ବଢିଯାଇଥିଲା। ରାଜଧାନୀରେ ଥିବା ମଦ ଦୋକାନଗୁଡିକ ଆଗରେ ଲମ୍ବାଧାଡି ଲାଗିଥିଲା। ପୁରୁଷଙ୍କ ଠାରୁ ଆରମ୍ଭ କରି ମହିଳା, ଯୁବତୀଙ୍କ ପର୍ଯ୍ୟନ୍ତ ଧାଡି ଲଗାଇ ମଦ କିଣୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସରକାର ସମସ୍ତ ଦିଲ୍ଲୀବାସୀଙ୍କୁ ଘର ଭିତରେ ରହିବା ଏବଂ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ବାରମ୍ବାର ନିବେଦନ କରୁଥିଲେ ମଧ୍ୟ ଏହି ଲୋକମାନଙ୍କ ଉପରେ ତାହାର ତିଳେମାତ୍ର ପ୍ରଭାବ ପଡୁନଥିବା ପରିଲକ୍ଷିତ ହୋଇଥିଲା।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।