Quantum Mirror

ଶନିବାର ଓ ରବିବାର ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ବନ୍ଦ

ଶନିବାର ଓ ରବିବାର ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ବନ୍ଦ

ପୁରୀ ୧୬।୪: କରୋନା କଟକଣାକୁ ନେଇ ସପ୍ତାହରେ ଦୁଇ ଦିନ ବନ୍ଦ ରହିବ ଶ୍ରୀମନ୍ଦିର। ପୁରୀ ଶ୍ରୀମନ୍ଦିର ପକ୍ଷରୁ ଛତିଶା ନିଯୋଗ ବୈଠକରେ ନିଆଯାଇଛି ଏକ ବଡ ନିଷ୍ପିତ୍ତି । । ଶନିବାର ଓ ରବିବାର ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିପାରିବେ ନାହିଁ ଭକ୍ତ । ଏଥିସହ ବାହାର ଭକ୍ତଙ୍କ ପାଇଁ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଏହି ନିୟମ ଆସନ୍ତା ୨୪ ତାରିଖରୁ ଲାଗୁ କରାଯିବ । ଏନେଇ ଶ୍ରୀମନ୍ଦରି ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି । ଏହି ବୈଠକଟି ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ବଢୁଥିବା କରୋନା ସଂକ୍ରମଣ ଲାଗି ଭାରତ ପ୍ରତ୍ନତ୍ତତ୍ୱ ବିଭାଗ ମେ’ ୧୫ ଯାଏ ଦେଶର ସମସ୍ତ ଐତିହ୍ୟସ୍ଥଳ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପୁରୀ ଶ୍ରୀମନ୍ଦିର ପରିଚାଳନା ବିଭାଗ ସହ ଆଲୋଚନା ହୋଇ ନିଷ୍ପତ୍ତି ନିଆଯାଇଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×