Quantum Mirror

ଚେନ୍ନାଇ ସୁପର କିଙ୍ଗ୍ସକୁ ବଡ ଝଟକା : କୋଭିଡ୍ ପଜିଟିଭ୍ ପରେ କ୍ଵାରେଣ୍ଟାଇନ୍‌ରେ ପୂରା ଟିମ୍

ଚେନ୍ନାଇ ସୁପର କିଙ୍ଗ୍ସକୁ ବଡ ଝଟକା : କୋଭିଡ୍ ପଜିଟିଭ୍ ପରେ କ୍ଵାରେଣ୍ଟାଇନ୍‌ରେ ପୂରା ଟିମ୍

ଦୁବାଇ : ଟୁର୍ଣାମେଣ୍ଟ ଆରମ୍ଭ ହେବା ଆଗରୁ ସୁପରକିଙ୍ଗସକୁ ବଡ ଝଟକା । ତିନି ତିନି ଥରର ଆଇପିଏଲ ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗ୍ସର କିଛି ସଦସ୍ୟ ଘାତକ କରୋନା ଭାଇରସ ଟେଷ୍ଟରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି କାରଣରୁ ସଦସ୍ୟଙ୍କ କ୍ଵାରେଣ୍ଟାଇନ୍‌ ଅବଧି ବଢାଇ ଦିଆଯାଇଛି। ଏହା ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵାଧୀନ ସିଏସକେ ପାଇଁ ବଡ ଝଟକା ହୋଇଛି। କାରଣ ଖେଳାଳିଙ୍କୁ ଶୁକ୍ରବାରଠୁ ଅଭ୍ୟାସ୍ ଆରମ୍ଭ କରିବାର ଥିଲା।

କେଉଁ ଖେଳାଳି ବା ସହାୟକ କର୍ମଚାରୀ ଏବଂ ଅଧିକାରୀଙ୍କୁ କରୋନା ହୋଇଛି ତାହା ସ୍ପଷ୍ଟ ହୋଇ ପାରି ନାହିଁ । ସୂଚନା ଅନୁଯାୟୀ ଦୁବାଇ ପହଞ୍ଚିବା ପରେ ଦଳର ସଦସ୍ୟଙ୍କ କୋଭିଡ୍-୧୯ ପରୀକ୍ଷଣ କରାଯାଇଥିଲା ଯାହା କିିଛି ସଦସ୍ୟଙ୍କ ପଜିଟିଭ୍ ଆସିଛି। ଫଳସ୍ଵରୂପ ସିଏସକେକୁ ଏବେ ଆହୁରି ଗୋଟିଏ ସପ୍ତାହ କ୍ଵାରେଣ୍ଟାଇନ୍‌ରେ ରହିବାକୁ ପଡିବ।

ଚେନ୍ନାଇ ସୁପର କିଙ୍ଗ୍ସର ଖେଳାଳି ଓ ସହାୟକ କର୍ମକର୍ତ୍ତା ଅଗଷ୍ଟ ୨୧ରେ ଦୁବାଇ ପହଞ୍ଚିଥିଲେ ଏବଂ ବିସିସିଆଇ ପକ୍ଷରୁ ଲଗାଯାଇଥିବା ବାଧ୍ୟତାମୂଳକ କ୍ଵାରେଣ୍ଟାଇନ୍‌ରେ ରହିଥିଲେ। ଭାରତରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଆଇପିଏଲ ଦୁବାଇରେ ଖେଳା ଯାଉଛି ଯାହା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ।

ବିସିସିଆଇ ୟୁଏଇ ପହଞ୍ଚିବା ପୂର୍ବରୁ ଦଳର ପ୍ରତି ସଦସ୍ୟଙ୍କ ତିନି ଥର କରୋନା ପରୀକ୍ଷଣ ବାଧ୍ୟତାମୂଳକ କରିଥିଲା। ଏହା ପରେ ଯାଇ ହିଁ ଅଭ୍ୟାସ୍ ଆରମ୍ଭ ହୋଇଥିଲା। ସିଏସକେ ଖେଳାଳିଙ୍କ ଚତୁର୍ଥ କୋଭିଡ୍-୧୯ ପରିଣାମ ଶନିବାର ଜଣା ପଡିବ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×