Quantum Mirror

ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫ୍ଏସ ଅଭୟକାନ୍ତ ପାଠକ କରୋନା ପଜିଟିଭ

ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫ୍ଏସ ଅଭୟକାନ୍ତ ପାଠକ କରୋନା ପଜିଟିଭ

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ବି କରୋନା ପଜିଟିଭ ହୋଇଛି।ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗତବର୍ଷ ଡିସେମ୍ବର ୩ ତାରିଖରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ତାଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ ବି, ଆଇଟି ଆକ୍ଟ ୨୦୦୦ର ଦଫା ୬୬ସି ଓ ଡିରେ ମାମଲା ରୁଜୁ ହୋଇଛି। ଟାଟା କମ୍ପାନୀରେ ଚାକିରୀ କରାଇଦେବାକୁ କହି ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ସେ ଟଙ୍କା ଆଦାୟ କରୁଥିଲେ ବୋଲି ଅଭିଯୋଗ ରହିଛି। ଏହା ସହିତ ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ପ୍ରଦୀପଙ୍କୁ ଗିରଫ କରାଯାଇଥିଲା ଏବଂ ସେ ଏବେ ଜେଲ୍ରେ ଅଛନ୍ତି। ଉଭୟଙ୍କୁ ଝାରପଡ଼ା ଜେଲରେ ଆଇସୋଲେସନ୍ରେ ରଖାଯାଇଛି।୨୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଜମା କରିବାର ପ୍ରମାଣ ପାଇବା ପରେ ରାଜ୍ୟ ଭିଜିଲାନ୍ସ ବିଭାଗ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରିଛି। ଉଭୟ ବାପା ଓ ପୁଅ ଏବେ ଜେଲରେ ଅଛନ୍ତି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×