Quantum Mirror

ସମସ୍ତଙ୍କୁ ମାଗଣା ଟିକା ଦେବାକୁ ବଡ ଘୋଷଣା କଲେ ମୋଦୀ

ସମସ୍ତଙ୍କୁ ମାଗଣା ଟିକା ଦେବାକୁ ବଡ ଘୋଷଣା କଲେ ମୋଦୀ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା ହୋଇଛି । ଏନେଇ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇବ କେନ୍ଦ୍ର । ଜୁନ୍ ୨୧ ସୋମବାର ଠାରୁ ସମସ୍ତଙ୍କୁ ମାଗଣାରେ ଟିକା ଦେବ କେନ୍ଦ୍ର । ଉତ୍ପାଦିତ ଟିକାର ୭୫% ରାଜ୍ୟମାନଙ୍କୁ କେନ୍ଦ୍ର ଟିକା ଯୋଗାଇବ । ଯେଉଁମାନେ ଚାହିଁବେ ଟଙ୍କା ଦେଇ ଟିକା ନେଇପାରିବେ । ଟଙ୍କା ଦେଇ ଘରୋଇ ହସ୍ପିଟାଲରୁ ଲୋକମାନେ ଟିକା ନେଇପାରିବେ । ଘରୋଇ ହସ୍ପିଟାଲ ୧୫୦ ଟଙ୍କା ସର୍ଭିସ ଚାର୍ଜ ନେଇ ଟିକା ଦେବେ । ଘରୋଇ ହସ୍ପିଟାଲ ଟିକାକରଣ ଉପରେ ରାଜ୍ୟ ନଜର ରଖିବ । ଦ୍ୱିତୀୟ ଲହରରେ ଦେଶର ପରିସ୍ଥିତିକୁ ନେଇ ଚର୍ଚ୍ଚା କରି ମୋଦୀ କହିଛନ୍ତି ଯେ, ‘ କରୋନାର ୨ୟ ଲହରରେ ଆମର ଲଢେଇ ଜାରି ରହିଛି । ଅନେକ ନିଜର ପରିଜନ ଓ ପରିଚିତଙ୍କୁ ହରାଇଛନ୍ତି । ବିଗତ ଶହେ ବର୍ଷ ମଧ୍ୟରେ ଏହା ସବୁଠାରୁ ବଡ ମହାମାରୀ । ଏଭଳି ମହାମାରୀ ଆଧୁନିକ ବିଶ୍ୱ କେବେ ଦେଖିଥିଲା ନା ଅନୁଭବ କରିଥିଲା । ଏଭଳି ମହାମାରୀ ବିରୋଧରେ ସାରା ଦେଶ ଏକାଠି ହୋଇ ଲଢିଛି । ବିଗତ ଦେଢବର୍ଷରେ ଦେଶରେ ନୂଆ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି । ପୂର୍ବରୁ ମେଡିକାଲ ଅକ୍ସିଜେନର କେବେ ଏଭଳି ଆବଶ୍ୟକ ପଡିନଥିଲା । ଅକ୍ସିଜେନ ପାଇଁ ଜଳ, ସ୍ଥଳ, ଆକାଶ ସବୁକୁ ବ୍ୟବହାର କରାଯାଉଛି । ଜରୁରୀ ଔଷଧର ଉତ୍ପାଦନକୁ ଅନେକ ଗୁଣ ବୃଦ୍ଧି କରାଯାଇଛି ।’ କରୋନା ଭଳି ଅଦୃଶ୍ୟ ଶତ୍ରୁ ବିରୋଧରେ ବଡ ଅସ୍ତ୍ର ହେଉଛି କୋଭିଡ ପ୍ରୋଟୋକଲ ବୋଲି ମୋଦୀ କହିଛନ୍ତି । ଏହି ଲଢେଇରେ ଟିକା ଆମ ପାଇଁ ସୁରକ୍ଷାର କବଚ ପାଲଟିଛି । ଟିକା ଉତ୍ପାଦନ କରୁଥିବା ଦେଶ ଓ କମ୍ପାନୀ ହାତ ଗଣତି ରହିଛି । ଯଦି ଆଜି ଆମେ ଟିକା ଉତ୍ପାଦନ କରିପାରୁନଥାନ୍ତେ, ତେବେ ଦେଶର ଅବସ୍ଥା କ’ଣ ହୋଇଥାନ୍ତା ବୋଲି ମୋଦୀ ପ୍ରଶ୍ନ କରିଛନ୍ତି । ଯଦି ଆମେ ଟିକା ଉତ୍ପାଦନ କରିନଥାନ୍ତେ, ଏବେ ବି ଟିକାକରଣ ଆରମ୍ଭ ହୋଇନଥାନ୍ତା ବୋଲି ସେ କହିଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×