Quantum Mirror

ରାଜ୍ୟରେ ଗୋଟିଏ ମାସରେ ୧ କୋଟିରୁ ଅଧିକ ସାଇବର ଠକେଇ

ରାଜ୍ୟରେ ଗୋଟିଏ ମାସରେ ୧ କୋଟିରୁ ଅଧିକ ସାଇବର ଠକେଇ

ଭୁବନେଶ୍ୱର: କରୋନା ପରଠାରୁ ସାଇବର ଠକମାନେ ଉତ୍ପାତ କରୁଛନ୍ତି। ବିଭିନ୍ନ ସମୟରେ ରୂପ ବଦଳାଇ ଲୋକଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି। ରାଜ୍ୟରେ ଗତ ମେ’ ମାସରେ ୧ କୋଟି ୪୦ ଲକ୍ଷ ୯ ହଜାର ୪୬୯ ଟଙ୍କାର ଠକେଇ ହୋଇଥିବା ସୂଚନା ମିଳିଛି । କିନ୍ତୁ ଅଭିଯୋଗ ପରେ ସେଥିରୁ ୧୨ ଲକ୍ଷ ୫ ହଜାର ୩୦୬ ଟଙ୍କା ଉଦ୍ଧାର ହୋଇଛି । ଏନେଇ ସାଇବର ହେଲ୍ପ ଡେସ୍କରେ ୫୨୯ଟି ଅଭିଯୋଗ ଆସିଥିଲା, ଯାହାମଧ୍ୟର କେବଳ ଭୁବନେଶ୍ୱରରୁ ୨୫୬ଟି ଅଭିଯୋଗ ଥିବା ଜଣାପଡିଛି । ଏହା ବ୍ୟତିତ ରାଜ୍ୟର ଅନ୍ୟ ଅଞ୍ଚଳରୁ ୨୭୩ଟି ଅଭିଯୋଗ ଆସିଥିଲା । ସେହିପରି କେବଳ ରାଜଧାନୀ ଭୁବନେଶ୍ୱରରୁ ୭୦ ଲକ୍ଷ ୭୮ ହଜାର ୭୧୪ ଟଙ୍କାର ଠକେଇ ହୋଇଥିଲା ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×