ଚମ୍ପୁଆ ଥାନା ଚମକପୁର ପଞ୍ଚାୟତରେ ଡବଲ ମର୍ଡର। ଶଙ୍କରପୁର ଧଳାଡ଼ିହିରେ ଘଟିଛି ଏହି ହତ୍ୟାକାଣ୍ଡ। ଘରେ ଶୋଇଥିବାବେଳେ ମାଆ-ଝିଅଙ୍କୁ ବିଭତ୍ସ ହତ୍ୟା। କୌଣସି ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଉଭୟଙ୍କୁ ହାଣି ହତ୍ୟା କରାଯାଇଛି। ମୃତକ ହେଉଛନ୍ତି ଜେଲରେ ଥିବା ରାମ ମୁଣ୍ଡାଙ୍କ ପତ୍ନୀ ସରସ୍ବତୀ ମୁଣ୍ଡା ଓ ତାଙ୍କର ୧୦ ବର୍ଷର ଝିଅ ଲକ୍ଷ୍ମୀ ମୁଣ୍ଡା। ତେବେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି ୪ ବର୍ଷର ଝିଅ ଯମୁନା । ୧୫ ବର୍ଷର ପୁଅ ଲକ୍ଷ୍ମୀଧରର କହିବା କଥା, ଗତକାଲି ସନ୍ଧ୍ୟାରେ ମା ସରସ୍ଵତୀ, କକା ନଟ ମୁଣ୍ଡାଙ୍କ ସହ ଘରେ ବସି ମଦ୍ୟପାନ କରୁଥିଲେ । ଏତିକି ବେଳେ, ସେ ଓ ତାଙ୍କ ୧୨ ବର୍ଷୀୟା ଭଉଣୀ ପାର୍ବତୀ, ସମ୍ପର୍କୀୟ ମାମୁଙ୍କ ଘରକୁ ଚାଲିଯାଇଥିଲେ । ଆଜି ସକାଳୁ ସବା ସାନ ଭଉଣୀ ଯମୁନା ଠାରୁ ଶୁଣିବା ପରେ ମା ଓ ଭଉଣୀଙ୍କ ହତ୍ୟା ହୋଇଥିବା ଜାଣିବାକୁ ପାଇଥିଲେ ବୋଲି ତେବେ ରାତିରେ କେହି ଦୃବୃର୍ତ୍ତ ସରସ୍ଵତୀ ଓ ଝିଅ ଲକ୍ଷ୍ମୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ବିଭତ୍ସ ହତ୍ୟାକାଣ୍ଡ ଭିଆଇଥିଲା । ବୋଧ ହୁଏ ଶୋଇଥିବା ଅବସ୍ଥାରେ କିଛି ଜାଣିପାରି ନଥିଲେ ମୃତ୍ୟୁ ମୁଖରୁ ବର୍ତି ଯାଇଥିବା ୪ ବର୍ଷର କୋମଳମତି ଝିଅ ଯମୁନା। ତେବେ ରାତିରେ କେତେବେଳେ ଓ କିପରି ଏହି ହତ୍ୟାକାଣ୍ଡ ଘଟିଛି ତାହାକୁ ନେଇ ଅନୁସଂଦ୍ଧାନ ଚଳାଇଛି ପୋଲିସ । ଘଟଣାସ୍ଥଳରେ ଚମ୍ପୁଆ ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜମିଜମା ବିବାଦକୁ କେନ୍ଦ୍ରକରି ରାମ ମୁଣ୍ଡା ନିଜ ଭାଇ ମୃତକଙ୍କ ପୁଅ ଲଷ୍ମୀଧର ମୁଣ୍ଡା ସୂଚନା ଦେଇଛନ୍ତି। ନଟ ମୁଣ୍ଡାଙ୍କୁ ହତ୍ୟା ଉଦ୍ୟମ କରି ଅଢେଇ ବର୍ଷ ହେବ ଜେଲରେ ଅଛନ୍ତି। ତେବେ ଏହି ହତ୍ୟାକାଣ୍ଡ ପଛରେ ନଟ ମୁଣ୍ଡାର ସମ୍ପୃକ୍ତି ଅଛି କି ନା’ ସେ ନେଇ ନଟକୁ ଅଟକ ରଖି ପୋଲିସ ଖୋଳତାଡ଼ ଆରମ୍ଭ କରିଛି।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ