Quantum Mirror

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ। କୋଭିଡ ଆଇନ ଉଲ୍ଲଂଘନ ସମ୍ପର୍କିତ 17 ଟି ଫୋଟୋ ସମ୍ବଳିତ ତଥ୍ୟ ଆଧାରରେ ମୁଖ୍ୟମନ୍ତ୍ରୀ ଙ୍କୁ ଲେଖିଲେ ଚିଠି। ଦଳୀୟ ମନ୍ତ୍ରୀ ଓ ନେତା କୋଭିଡ ଆଇନ ଉଲ୍ଲଂଘନ କରିଥିବାରୁ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଉତ୍ତର ଚାହିଁଲେ। ମୋ ଅଫିସ ସିଲ କରାଯାଇଥିବାରୁ ଅନ୍ୟ ଯେଉଁ ସ୍ଥାନରେ କୋଭିଡ ନିୟମର ଉଲ୍ଲଂଘନ ହୋଇଛି ସେଠାରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କଲେ ପ୍ରଶ୍ନ ଅପରାଜିତା।

ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିବା ଚିଠିରେ ପ୍ରଶାସନର କୋଭିଡ ନିୟମ ଉଲ୍ଲଙ୍ଘନ ଘଟଣାରେ ପକ୍ଷପାତିତା ନେଇ ଅଭିଯୋଗ ରଖିଲେ। ବିଜୁ ଜନତା ଦଳ ପକ୍ଷରୁ ଯେତେ ଗୁଡିଏ କୋଭିଡ ଗାଇଡଲାଇନ ଉଲଂଘନ ହୋଇଛି ତାର ଫୋଟୋ ଏବଂ ଭିଡିଓ ସହ ଚିଠି ମାଧ୍ୟମରେ ଆଠଟି ପ୍ରଶ୍ନ ରଖିଲେ ଅପରାଜିତା। ଏହି ସବୁ ଉପରେ 15 ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବାକୁ ଦାବି।

ଅପରାଜିତାଙ୍କ ଚିଠି ଉପରେ ବିଜେଡି ରଖିଲା ଜବାବ। ଉତ୍ତର ରଖିଲେ ବିଜେଡି ସାଂସଦ ରାଜଶ୍ରୀ ମଲ୍ଲିକ। ଚାଲୁଣି କହୁଛି ଛୁଞ୍ଚିକୁ କୁହାକଥାର ଉଦାହରଣ ଦେଇ ବାରମ୍ବାର ନିୟମ ଉଲଂଘନ କରିକି ଅନ୍ୟକୁ ଦୋଷ ଦେବା ଠିକ ନୁହେଁ ବୋଲି କହିକେ ରାଜଶ୍ରୀ। ଯିଏ ନିୟମ ଉଲଙ୍ଗନ କରିବ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁସ୍ଥାନ ହେବା ଦରକାର ବୋଲି କହିଲେ ରାଜଶ୍ରୀ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×