ଭୁବନେଶ୍ୱର: କରୋନା ମହାମାରୀ ସମୟରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକାକରଣ କ୍ଷେତ୍ରରେ ଅସୁବିଧାକୁ ନେଇ ନବୀନ ଏହି ଚିଠି ଲେଖିଥିବା ଜଣାପଡିଛି । କୋଭିଡ ସଙ୍କଟରୁ ଲୋକଙ୍କୁ ରକ୍ଷା କରିବାର ଏକମାତ୍ର ଉପାୟ ହେଉଛି ଟିକାକରଣ । ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ । ରାଜନୈତିକ ବିବିଧତା ସତ୍ତ୍ୱେ ଏକ ହୋଇ ଦୃଢ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ସମସ୍ତଙ୍କୁ ନିବେଦନ କରିଛନ୍ତି ।ତେବେ କିଛି ରାଜ୍ୟ ଗ୍ଲୋବାଲ ଟେଣ୍ଡର କରିଥିଲେ ବି ସଫଳତା ପାଇନାହାନ୍ତି । ଟିକା ଯୋଗାଣରେ କେନ୍ଦ୍ରୀୟ ନିୟନ୍ତ୍ରଣ ଯୋଗୁଁ ଏହି ସଫଳତା ମିଳୁନାହିଁ । ରାଜ୍ୟରେ ଟିକାକରଣର ନିୟନ୍ତ୍ରଣ ରାଜ୍ୟ ହାତରେ ରଖିବାକୁ ନବୀନ ମତ ଦେଇଛନ୍ତି ।ଏହା ସହ ନବୀନ କହିଛନ୍ତି ଯେ, କେନ୍ଦ୍ର ଟିକା କିଣି ରାଜ୍ୟଗୁଡିକୁ ଯୋଗାଇବା ବ୍ୟବସ୍ଥା କରୁ । ତୃତୀୟ ଲହର ଆସିବା ଆଗରୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଜରୁରୀ । ଜୀବନ ଓ ଜୀବିକା ଲାଗି ସଂଘୀୟ ବ୍ୟବସ୍ଥାରେ ଏକାଠି ହେବାକୁ ସେ ଆହ୍ୱାନ ଦେଇଛନ୍ତି ।
ତାଜା ଖବର
ଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତଶୀତରେ ଥରୁଛି ସାରା ଓଡ଼ିଶାବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ।