Quantum Mirror

ବଲିଉଡର ଭିତିରି ରାଜ, ଡ୍ରଗ୍ସ ନେଉଛନ୍ତି ସାରା ଅଲ୍ଲୀ ଖାନ୍ ଓ ରାକୁଲ୍ ପ୍ରୀତ ସିଂହ ! ନୋଟିସ୍ କରିପାରେ ଏନସିବି

ବଲିଉଡର ଭିତିରି ରାଜ, ଡ୍ରଗ୍ସ ନେଉଛନ୍ତି ସାରା ଅଲ୍ଲୀ ଖାନ୍ ଓ ରାକୁଲ୍ ପ୍ରୀତ ସିଂହ ! ନୋଟିସ୍ କରିପାରେ ଏନସିବି

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ବି ଟାଉନ୍ ସମ୍ପର୍କରେ ପ୍ରାୟ ପ୍ରତଦିନ ରୋଚକ ତଥ୍ୟ ଆସିବାରେ ଲାଗିଛି। ମୃତ୍ୟୁ ମାମଲା ସହ ଡ୍ରଗସ ଲିଙ୍କରେ ସୁଶାନ୍ତଙ୍କ ବାନ୍ଧବୀ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ଗିରଫ କରିବା ପରେ ବଲିଉଡର ବହୁ କଳାକାରଙ୍କ ନାଁ ଏଥିରେ ଛନ୍ଦି ହୋଇଯାଇଛି।

ରିଆଙ୍କୁ ପଚରାଉଚରା ବେଳେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍, ରାକୁଲ୍ ପ୍ରୀତ୍ ସିଂହ, ଚଳଚ୍ଚିତ୍ର ନିର୍ମାତା ମୁକେଶ ଛାବ୍ରା, ଡିଜାଇନର୍ ସିମୋନ୍ ଖମ୍ବଚା ଓ ସୁଶାନ୍ତ ପୂର୍ବ ମ୍ୟାନେଜର୍ ରୋହିଣୀ ଆୟର୍ ଡ୍ରଗ୍ସ ନେଉଥିବା ସେ ଏନସିବିଙ୍କୁ କହିଥିବା ଜଣାପଡ଼ିଛି। ଫଳରେ ରିଆଙ୍କ ପରେ ଏବେ ସାରା ଓ ରାକୁଲଙ୍କୁ ଏନସିବି ନୋଟିସ କରିବ ବୋଳି ଆକଳନ କରାଯାଉଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×