ଭଞ୍ଜନଗର: ଯୌତୁକ ଜୁଇ ରେଜଳିଲା , ଆଉ ଜଣେ ନବ ବିବାହିତା । ଏମିତି ଏକ ଘଟଣା ଘଟିଛି ଗାଙ୍ଗପୁର ଥାନା ଅନ୍ତର୍ଗତ , ଖାରିଗୁଡା ଗାଁ ରେ । ଗୁରୁବାର ସକାଳୁ ସକାଳୁ ଶ୍ମଶାନ ରେ ପହଞ୍ଚି ମୃତଦେହକୁ ଜବତ ପରେ ଘଟଣାର ଖୋଳତାଡ଼ କରି ପର୍ଦ୍ଧାଫାର୍ଶ କରିଛି ପୋଲିସ । ବିବାହର ୧୦ ମାସ ପରେ ବି ଆହୁରି ଅଧିକ ଟଙ୍କା ଦାବି କରି, ଶାଶୁଘର ଲୋକେ ଏକାଠି ହୋଇ ନବ ବିବାହିତାକୁ ଘର ଭିତରେ ମାରିଦେଲେ । ପରେ ମୃତ ଦେହକୁ ନେଇ ଶ୍ମଶାନ ରେ ପୋଡ଼ି ଦେଲେ । ଠିକ୍ ଏହି ସମୟରେ ବାପଘର ଲୋକେ , ଥାନାରେ ଅଭିଯୋଗ କରିବା ପରେ , ଶ୍ମଶାନରେ ପୋଲିସ ପହଞ୍ଚି ଦରପୋଡା ମୃତ ଦେହକୁ ଜବତ କରିଛି । ଥାନାରେ ହୋଇଥିବା ଅଭିଯୋଗ ପ୍ରକାରେ , ଗାଙ୍ଗପୁର ଥାନା ଅନ୍ତର୍ଗତ ମକରାପଲ୍ଲୀ ଗ୍ରାମର , ସତ୍ୟନାରାୟଣ ଗୈାଡଙ୍କ ବଡ଼ଝିଅ ଶିବାନୀ ଗୈାଡ ଗତବର୍ଷ , ନିକଟସ୍ଥ ଖାରିଗୁଡା ଗାଁ ର ଶତୃଘନ ଗୈାଡଙ୍କ ପୁଅ ପିଣ୍ଟୁ ଗୈାଡ ଓରଫ ନାଦା ଗୈାଡକୁ ବୈଦିକ ରୀତିରେ ବିବାହ କରିଥିଲା । ବିବାହ ସମୟରେ ପୁଅଘର ଦାବି ମୁତାବକ ଟଙ୍କା , ସୁନା ଅଳଙ୍କାର ଓ ଆସବାବ ପତ୍ର, ଝିଅଘର ପକ୍ଷରୁ ଦିଆଯାଇଥିଲା । ତଥାପି ଅଧିକ ଟଙ୍କା ଦାବି କରି ଶାଶୁ ଘର ଲୋକେ ଶିବାନୀକୁ ନିର୍ଯ୍ୟାତନା ଦେଉଥିବା ନେଇ ବାପଘର ପକ୍ଷରୁ ଅଭିଯୋଗ କରାଯାଇଛି । ସେହିଭଳି ଝିଅ ଶିବାନୀ ର ଶାଶୁ , ଶଶୁର , ଦେଢଶୁର , ସ୍ୱାମୀ ଓ ମାମୁଁ ଶଶୁର ସମସ୍ତେ ମିଶି ନବ ବିବାହିତା ଶିବାନୀକୁ ହତ୍ୟା କରି , ଘର ନିକଟସ୍ଥ କୂଅରେ ପକାଇ ଦେଲେ । ପରେ ସେହ ପରେ ସେହି ମୃତଦେହକୁ ଉଦ୍ଧାର କରି , ଗାଁ ନିକଟସ୍ଥ ଶ୍ମଶାନରେ ଦାହ କରୁଥିବା ବେଳେ ବାପ ଘରଲୋକେ ଥାନାରେ ଖବର ଦେଇଥିଲେ । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଜଳନ୍ତା ଜୁଇକୁ ଲିଭାଇ ,ଦରପୋଡା ଶବକୁ ଉଦ୍ଧାର କରିବା ସହ , ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଅନୁସନ୍ଧାନ ଆରମ୍ଭ କରିଛି ଏବଂ ବ୍ରହ୍ମପୁର ଏଫ ଏମ୍ଟିକୁ ବ୍ୟବଛେଦ ପାଇଁ ପଠାଯାଇଛି ।ଅଭିଯୋଗକୁ ଆଧାର କରି ଘଟଣାରେ ସଂପୃକ୍ତ ଶାଶୁ ଘରର ୫ ଜଣଙ୍କୁ ପୋଲିସ ଅଟକ ରଖିଛି । ଘଟଣାର ଅନ୍ୟତମ ଅଭିଯୁକ୍ତ କୁହାଯାଉଥିବା ସ୍ୱାମୀ ନାଦା ଗୈାଡ ଫେରାର ଥିବା ନେଇ ଥାନାଧିକାରୀ ଧିରେଶ କୁମାର ଦାସ ସୂଚନା ଦେଇଛନ୍ତି।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ