Quantum Mirror

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ ବାର୍ତ୍ତା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ ବାର୍ତ୍ତା

ଭୁବନେଶ୍ୱର ୩୧/୮/୨୦-ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ରାଜନୀତିଜ୍ଞ ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ପ୍ରଣବଙ୍କ ମୃତ୍ୟୁରେ ଦେଶ ଜଣେ ଅମୂଲ୍ୟ ସନ୍ତାନଙ୍କୁ ହରେଇଲା ବୋଲି ସେ ତାଙ୍କ ବାର୍ତ୍ତାରେ କହିଛନ୍ତି। ବିଗତ ୫୦ ବର୍ଷ ଧରି ଆମ ଦେଶକୁ ବିଭିନ୍ନ ଦିଗରେ ଦିଗଦର୍ଶନ ଦେଇ ଆସୁଥିବା ପ୍ରିୟ ପ୍ରଣବଦାସମସ୍ତଙ୍କୁ ଶୋକ ସାଗରରେ ଭସାଇ ଚାଲି ଯାଇଛନ୍ତି। ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ୮୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇ ଯାଇଛି।ତାଙ୍କ ମୃତ୍ୟୁ ଖବର ଶୁଣି କଂଗ୍ରେସ ପ୍ରେମୀଙ୍କ ସମେତ ସମଗ୍ର ବିଶ୍ୱରେ ଶୋକର ଛାୟା ଖେଳିଯାଇଛି। ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସ୍ବର୍ଗତ ମୁଖାର୍ଜୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×