Quantum Mirror

ଏବେ ନୂଆମୋଡ ନେଇଛି ଅଭିନେତା ସୁଶାନ୍ତ ସିଂହରାଜପୁତ ମୃତ୍ୟୁ ଘଟଣା

ଏବେ ନୂଆମୋଡ ନେଇଛି ଅଭିନେତା ସୁଶାନ୍ତ ସିଂହରାଜପୁତ ମୃତ୍ୟୁ ଘଟଣା

ମୁମ୍ବାଇ: ବହୁଚର୍ଚ୍ଚିତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହରାଜପୁତ ମୃତ୍ୟୁ ଘଟଣା ଏବେ ନୂଆମୋଡ ନେଇଛି । ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗକୁ ଆଧାର କରି ତଦନ୍ତ କରୁଥିବା ସିବିଆଇ ଏବେ ଛାନଭିନର ଦିଗବଦଳାଇ ଦେଇଛି । ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ସୁରାକ ନ ମିଳିବାରୁ ଏବେ ତଦନ୍ତର ଦିଗ ୩୦୬ ଦଫା ଅର୍ଥାତ ଆତ୍ମହତ୍ୟା ପାଇଁ ଉସକାଇବା ଦିଗକୁ ନେଇ ଛାନଭିନ ଆରମ୍ଭ କରିଛି । ଏନେଇ ସୁଶାନ୍ତଙ୍କ ପରିବାର ଲୋକଙ୍କ ସହ ତଦନ୍ତ ପରିସରର୍ଭୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ ପଚରାଉଚରା କରିବା ସମ୍ଭାବନା ରହିଛି ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୁତ୍ରରୁ ଜଣାପଡିଛି ।
ସୂଚନା ଅନୁସାରେ, ସୁଶାନ୍ତ ସିଂହ ରାଜପୁତ ମାମଲାରେ ସିବିଆଇକୁ ଏପର୍ଯ୍ୟନ୍ତ ହତ୍ୟାର କୌଣସି ପ୍ରମାଣ ମିଳିନାହିଁ । ସିବିଆଇ ଏବେ ଆତ୍ମହତ୍ୟା ଦିଗ ଉପରେ ଗୁରୁତ୍ୱ ଦେଉଛି । ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ କିଏ ଉସକାଇଛି, ନା ସେ ମାନସିକ ଭାରସାମ୍ୟ ହରାଇ ଏଭଳି କରିଛନ୍ତି, ସେ ନେଇ ସିବିଆଇ ତଦନ୍ତକୁ ତ୍ୱରାନ୍ୱିତ କରିଛି । ତେବେ ଏହି ମାମଲାରେ ରିୟା ଚକ୍ରବର୍ତୀ ଏତଲା ଦେଇଥିବା ବେଳେ ସୁଶାନ୍ତଙ୍କ ପରିବାର ପକ୍ଷରୁ ମଧ୍ୟ ଅଭିଯୋଗ କରାଯାଇଛି । ସୁଶାନ୍ତଙ୍କ ପରିବାର ଲୋକ ରିୟାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗ ଆଣିଥିବା ବେଳେ ରିୟା ମଧ୍ୟ ସମାନ ଅଭିଯୋଗ ସୁଶାନ୍ତଙ୍କ ପରିବାର ବିରୋଧରେ ଆଣିଛନ୍ତି । ତେବେ ସିବିଆଇ ଏନେଇ ଉଭୟଙ୍କୁ ପଚରାଉଚରା କରିବ ବୋଲି ଜଣାପଡିଛି ।

ସେହିପରି ସିବିଆଇକୁ ଶବ ବ୍ୟବଚ୍ଛେଦର ସମ୍ପୂର୍ଣ୍ଣ ରିପୋର୍ଟ ଓ ଭିସେରା ଫରେନସିକ ରିପୋର୍ଟ ହସ୍ତାନ୍ତର କରାଯାଇଛି । ସିବିଆଇ ଓ ଏକ ବିଶେଷଜ୍ଞ ଟିମ ଉକ୍ତ ରିପୋର୍ଟକୁ ତନ୍ନତନ୍ନ କରି ଯାଂଚ କରୁଛନ୍ତି । ରିପୋର୍ଟରେ କ’ଣ ରହିଛି, ତାହା ସ୍ପଷ୍ଟ ଭାବେ ଜଣାପଡିନଥିବା ବେଳେ ହତ୍ୟା ନେଇ କୌଣସି ସୁରାକ ମିଳୁନଥିବା କୁହାଯାଉଛି । ତେବେ ସିବିଆଇ ଘଟଣାକୁ ଗମ୍ଭିରତାର ସହ ନେଇ ଛାନିଭିନ କରୁଥିବା ବେଳେ ଖୁବଶୀଘ୍ର ରହସ୍ୟ ଖୋଲିବ ବୋଲି ଆଶା ରଖିଛି ।
ଉଲ୍ଲେଖଥାଉ କି, ସୁଶାନ୍ତ ସିଂ ରାଜପୁତ ମୃତ୍ୟୁକୁ ନେଇ ସାରଦେଶରେ ଚର୍ଚ୍ଚା ଜୋର ଧରିଛି । ମୁମ୍ବାଇ ଓ ବିହାର ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ସମନ୍ୱୟ ନରହିବା ଓ ଦୁଇ ରାଜ୍ୟ ପୁଲିସ ମୁହାଁମୁହିଁସ୍ଥିତିକୁ ଆସିବା ମାମଲାକୁ ଆହୁରି ବିବାଦୀୟ କରିଦେଇଛି । ତେବେ ଘଟଣାର ଗମ୍ଭିରତାକୁ ଦେଖି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଛି । ଅପରପକ୍ଷରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବା ବେଳେ ଡ୍ରଗ୍ସ ଲିଙ୍କର ସୁରାକ ମିଳିଥିଲା । ପରେ ଏନସିବି ଘଟଣାର ତଦନ୍ତ କରି ରିୟା ଚକ୍ରବର୍ତୀଙ୍କ ସହ ଏକାଧିକଙ୍କୁ ଗିରଫ କରିଛି । ଏଥିସହିତ ପ୍ରିୟଙ୍କା ଚୋପ୍ରାଙ୍କ ସହ ୧୦ରୁ ଅଧିକ ଅଭିନେତ୍ରୀଙ୍କୁ ଏନସିବି ନୋଟିସ ଜାରି କରିଥିବା ଜଣାପଡିଛି । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×