Quantum Mirror

ଓଡ଼ିଆ ରସାବଳୀ

ଓଡ଼ିଆ ରସାବଳୀ

ଓଡ଼ିଆ ରସାବଳୀ

ଆବଶ୍ୟକୀୟ ସାମଗ୍ରୀ – ଦୁଧଛେନା ୨୫୦ ଗ୍ରା, ଗୁଜୁରାତି ୪ଟି, କ୍ଷୀର ୧ ଲିଟର, ଚିନି ୧୦୦ଗ୍ରା, ପିସ୍ତାବାଦାମ ୮ଟି, ମଇଦା ୨ ଚାମଚ, ଛାଣବା ପାଇଁ ତେଲ

ପ୍ରସ୍ତୁତ ପ୍ରଣାଳୀ – କ୍ଷୀର ଛେନାକୁ ଏକ ପ୍ଲେଟ୍‌ରେ ରଖି ହାତ ଚକିରେ ୧୦/୧୫ ମିନିଟ ଘଷନ୍ତୁ। ଏକ କଢ଼େଇରେ କ୍ଷୀର ଓ ଅଧା ଚିନି ଦେଇ ଫୁଟାନ୍ତୁ। କିଛି ସମୟ ପରେ ସେଥିରେ ୨ଟି ଗୁଜୁରାତି  ପକାଇ ଫୁଟାନ୍ତୁ। କ୍ଷୀର ଅଧା ହେଲାଯାଏ ଫୁଟାଇ ରଖନ୍ତୁ। ବଳକା ଗୁଜୁରାତିକୁ ଗୁଣ୍ଡ କରି ରଖନ୍ତୁ। ବଳକା ଚିନିକୁ ଗୁଣ୍ଡ କରି ଦିଅନ୍ତୁ। ଏବେ ଛେନାରେ ଗୁଜୁରାତି ଗୁଣ୍ଡ ଓ ଗୁଣ୍ଡ ଚିନି ପକାଇ ଗୋଳାନ୍ତୁ  ଏବଂ ଛୋଟ ଛୋଟ ବଲ୍‌ ସାଇଜର ଗୁଳା କରି ତାକୁ ହାତ ଚକିରେ ଚେପା କରି ରଖନ୍ତୁ।  କଢେଇରେ ତେଲ ଗରମ କରି ଛେନାକୁ କମ୍‌ ଆଞ୍ଚରେ ଲାଲ ହେବା ଯାଏ ଛାଣନ୍ତୁ। ଏବେ ଛଣାଯାଇଥିବା ଛେନାକୁ ଫୁଟା ଯାଇଥିବା କ୍ଷୀରରେ ପକାନ୍ତୁ। ତା ଉପରେ ପିସ୍ତାବାଦାମକୁ ଲମ୍ବା ଲମ୍ବା କରି କାଟି ପକାନ୍ତୁ। ୧୦/୧୫ ମିନିଟ୍‌ ପରେ ପରସନ୍ତୁ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×