Quantum Mirror

ଆଜି ପ୍ରକାଶ ପାଇଛି +୨ କଳା ପରୀକ୍ଷା ରେଜଲ୍ଟ , ପାସ ହାର ୬୭.୫୬%

ଆଜି ପ୍ରକାଶ ପାଇଛି +୨ କଳା ପରୀକ୍ଷା ରେଜଲ୍ଟ , ପାସ ହାର ୬୭.୫୬%

ଆଜି ପ୍ରକାଶ ପାଇଛି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ପାସ ହାର ୬୭.୫୬% ରହିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ସମ୍ପର୍କରେ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀ ମାନେ ‘www.orissaresults.nic.in’  ଲଗ୍‌ଇନ୍‌ କରି ପରୀକ୍ଷା ଫଳ ଦେଖିପାରିବେ।

ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ମୋଟ ୨ଲକ୍ଷ ୧୯ହଜାର ୭୧୬ ଛାତ୍ରାଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ  ୧ ଲକ୍ଷ ୪୮ ହଜାର ୪୫୨ ପରୀକ୍ଷାର୍ଥୀ ପାସ କରିଛନ୍ତି। ମୋଟ ୬୭.୫୬% ଛାତ୍ରଛାତ୍ରୀ ପସ କରିଥିବା ମନ୍ତ୍ରୀ କହିଛନ୍ତି। ପାସ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ପୁଅଙ୍କ ପାସ ହାର ୫୭.୫୩% ରହିଥିବା ବେଳେ  ଝିଅଙ୍କ ପାସ ହାର ୭୫.୪୮% ରହିଛି। ପ୍ରଥମ ଶ୍ରେଣୀରେ ୨୨ ହଜାର ୧୯୬ ପରୀକ୍ଷାର୍ଥୀ ପାସ କରିଛନ୍ତି। ଦ୍ବିତୀୟ ଶ୍ରେଣୀରେ ୨୬ ହଜାର ୦୨୭ ଜଣ ଓ ତୃତୀୟ ଶ୍ରାଣୀରେ ୧ ଲକ୍ଷ ୧୦୧ ଜଣ ପାସ କରିଛନ୍ତି । ବରଗଡ଼ ଜିଲାରେ ସର୍ବାଧିକ ୭୬.୬୩ % ପାସ ହାର ରହିଛି । ସେହିପରି ନବରଙ୍ଗପୁର ଜିଲାରେ ସର୍ବନିମ୍ନ ପାସ ହାର ୪୪.୬୭% ରହିଛି। କେବଳ ଜଣେ ପରୀକ୍ଷାର୍ଥୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି । ୧୦ଟି କଲେଜର ଶତ ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଛନ୍ତି। କୌଣସି କଲେଜର ଜିରୋ ରେଜଲ୍ଟ ହୋଇନାହିଁ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×