Quantum Mirror

ଅକ୍ଟୋବର ପହିଲାରୁ ରାଜ୍ୟରେ ବଢ଼ିବ ବିଜୁଳି ଦର

ଅକ୍ଟୋବର ପହିଲାରୁ ରାଜ୍ୟରେ ବଢ଼ିବ ବିଜୁଳି ଦର

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ପହିଲାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ। ଏନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ ସୂଚନା ମିଳିଛି। ୟୁନିଟ୍ ପିଛା ୨୦ ପଇସା ଦର ବୃଦ୍ଧି ହୋଇଛି। ବର୍ଦ୍ଧିତ ଦରକୁ କୁଟୀର ଜ୍ୟୋତି ଓ ବିପିଏଲ୍ ଉପଭୋକ୍ତାମାନଙ୍କୁ ବାଦ୍ ଦିଆଯାଇଛି।

୫୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଖର୍ଚ୍ଚ କଲେ ଏଣିକି ୟୁନିଟ୍ ପିଛା ୨ ଟଙ୍କା ୭୦ ପଇସା ଦେବାକୁ ପଡ଼ିବ। ୧୦୦ ୟୁନିଟ୍ ଖର୍ଚ୍ଚ କଲେ ୩ ଟଙ୍କା ୬୦ ପଇସା, ୨୦୦ ୟୁନିଟ୍ ପାଇଁ ୪.୦୫ ଟଙ୍କା ଦରରେ ବର୍ଦ୍ଧିତ ବିଜୁଳ ବିଲ୍ ଦେବାକୁ ପଡ଼ିବ। ସେହିପରି ୩୦୦ ୟୁନିଟ୍ ଯାଏ ୪.୫୩ ପଇସା ଓ ୫ ଶହ ୟୁନିଟ୍ ଯାଏ ୫ ଟଙ୍କା ବିଦ୍ୟୁତ ବିଲ୍ ବୃଦ୍ଧି କରାଯାଇଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×