Quantum Mirror

ରାଜ୍ୟରେ ସ୍ଥଗିତ ରହିଲା ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ

ରାଜ୍ୟରେ ସ୍ଥଗିତ ରହିଲା ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ

କଟକ: ଫର୍ମ ପୂରଣ ସ୍ଥଗିତ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରବର୍ତ୍ତୀ ବିଜ୍ଞପ୍ତିରେ ଫର୍ମ ପୂରଣ ନେଇ ସୂଚନା ଦିଆଯିବବୋଲି କୁହାଯାଇଛି ।

ତେବେ ମାଟ୍ରିକ ଫର୍ମ ପୂରଣ ବିଜ୍ଞପ୍ତି ପ୍ରତ୍ୟାହାର ନେଇ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପ୍ରତ୍ୟାହାର ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବୋର୍ଡ ସଭାପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଲାଗି ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଅସନ୍ତୁଷ୍ଟ ଥିଲେ । ଯାହା ପରେ ମନ୍ତ୍ରୀ ବୋର୍ଡକୁ ଏଭଳି ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ଗତକାଲି ଚଳିବବର୍ଷ ସ୍କୁଲ ଖୋଲିବା ନେଇ ଥିବା ନିଷ୍ପତ୍ତି ଉପରେ ରୋକ୍ ଲଗାଯାଇଛି । କରୋନା ମହାମାରୀର ଦ୍ଵିତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ବର୍ଷ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏ ନେଇ ସୂଚନା ଦେଇଥିଲେ। ଏହା ପୂର୍ବରୁ ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ। ହେଲେ ସ୍କୁଲ ଖୋଲିବାର ତିନି ଦିନ ଭିତରେ ଆନ୍ଧ୍ର ପ୍ରଦେଶରେ ୨୬୧ ଛାତ୍ର-ଛାତ୍ରୀ କରୋନା ସଂକ୍ରମିତ ହେବାରୁ ଓଡିଶା ସରକାର ନିଜ ନିଷ୍ପତ୍ତି ବଦଳାଇଥିଲେ। ହେଲେ କରୋନା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ସ୍କୁଲ ଆଉ ନଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ନିଷ୍ପତ୍ତି ବଦଳାଇଛନ୍ତି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×