କୋଲକାତା ୨୬।୦୫: ବାତ୍ୟା ୟାସ୍ କାରଣରୁ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲା ପୂର୍ବ ମେଦିନିପୁର ଓ ଦକ୍ଷିଣ ୨୪ ପ୍ରଗଣାର ଅନେକ ଅଞ୍ଚଳ ଜଳବନ୍ଦୀ ରହିଛି। ଉଚ୍ଚ ଜୁଆରରେ ଅନେକ ଯାନ ବାହାନ ଭାସୁଥିବା ଦେଖିବାକୁ ମିଳିଛି। ସମୁଦ୍ରରେ ୨ ମିଟରରୁ ଅଧିକ ଉଚ୍ଚର ଜୁଆର ଉଠିଛି। ବାତ୍ୟାର କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ର ମମତା ବାନାର୍ଜୀ ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ୟାସ୍ରେ ରାଜ୍ୟରେ ଅତି କମରେ ଏକ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତିନି ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା କାରଣରୁ ସମୁଦ୍ରରେ ଆସିଥିବା ଉଚ୍ଚ ଜୁଆରରେ ପୂର୍ବ ମେଦିନିପୁର, ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଶୁକ୍ରବାର ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବି ବୋଲି ମମତା କହିଛନ୍ତି। ପ୍ରଭାବିତ ଅଞ୍ଚଳକୁ ଏକ କୋଟି ଟଙ୍କାର ରିଲିଫ ସାମଗ୍ରୀ ପଠାଯାଇଥିବା ସେ କହିଛନ୍ତି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ବଢୁଥିବା ଜଲସ୍ତର କାରଣରୁ ଦୁଇ ଉପକୂଳବର୍ତ୍ତୀ ଜିଲ୍ଲାର ଅନେକ ସ୍ଥାନରେ ବନ୍ଧ ଭାଙ୍ଗି ଯାଇଛି। ଏହି କାରଣରୁ ଅନେକ ଗାଁ ଜଳମଗ୍ନ ରହିଛି। ବିଦ୍ୟାଧରପୁର, ହୁଗୁଳି ଓ ରୂପନାରାୟଣ ସମେତ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି। ସେନା, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନଡିଆରଏଫ), ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଏବଂ ରାଜ୍ୟ ପୋଲିସ ଲୋକଙ୍କୁ ନିରାପଦ ସ୍ଥାନକୁ ପହଞ୍ଚାଇବା ପାଇଁ ଦିନରାତି କାମ କରୁଛନ୍ତି।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ