Quantum Mirror

ଲକଡାଉନ୍ ନିୟମ ମାନିଲେ ହିଁ ଆମେ କରୋନା ଚେନ୍ ଭାଙ୍ଗି ପାରିବା: ସୁନ୍ଦରଗଡ଼ ଏସପି

ଲକଡାଉନ୍ ନିୟମ ମାନିଲେ ହିଁ ଆମେ କରୋନା ଚେନ୍ ଭାଙ୍ଗି ପାରିବା: ସୁନ୍ଦରଗଡ଼ ଏସପି

ସୁନ୍ଦରଗଡ଼: କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ କରିବା ଲାଗି ଯେଉଁ ଲକଡାଉନ କରାଯାଇଛି ତାକୁ ଲାଗୁ କରିବା ପାଇଁ ସୁନ୍ଦରଗଡ଼ ପୋଲିସ ତତ୍ପର ରହିଛି। ଜିଲ୍ଲାରେ କରୋନା ଚେନ୍ ଭାଙ୍ଗିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଉଛି। ଲକଡାଉନ ସମୟରେ ସର୍ବସାଧାରଣ ସ୍ଥାନ, ବଜାର ଓ ହାଟ ଆଦି ଅଞ୍ଚଳରେ କୋଭିଡ୍ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସୁନ୍ଦରଗଡ଼ ଏସପି ସାଗରିକା ନାଥ କହିଛନ୍ତି।

 

‘‘କରୋନା ଚେନ୍ ଭାଙ୍ଗିବାକୁ ଆମ ସମସ୍ତଙ୍କୁ ପ୍ରଥମେ ଭଲଭାବେ ମାସ୍କ ପିନ୍ଧିବାକୁ ହେବ। ଏହା ସହ ସବୁ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବା। ଲକଡାଉନ୍ ନିୟମ ମାନି ଆମେ ଘରେ ରହିଲେ ହିଁ ସୁରକ୍ଷିତ ରହିପାରିବା। ତେଣୁ ନିହାତି ଆବଶ୍ୟକ ନଥିଲେ କେହି ଘରୁ ବାହାରକୁ ଆସନ୍ତୁ ନାହିଁ। ସାଧାରଣ ଜନତାଙ୍କଠାରୁ ବ୍ୟବସାୟୀ ଏବଂ ଅନ୍ୟ ସମସ୍ତ ବର୍ଗ ଏହି ନିୟମ ମାନିଲେ ଆମେ କରୋନାକୁ ହରାଇ ପାରିବା’’, ପ୍ରଶାସନର ‘ବ୍ରେକ୍ ଦ ଚେନ୍’ ଅଭିଯାନକୁ ସ୍ୱାଗତ କରି ଏହା କହିଛନ୍ତି ସୁନ୍ଦରଗଡ଼ ଏସପି।

ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଲକଡାଉନ୍ ଏବଂ ସଟଡାଉନ ନିୟମକୁ କଡ଼ାକଡ଼ି ପାଳନ କରିବା ଉପରେ ପୋଲିସ ଗୁରୁତ୍ୱ ଦେଉଛି। ଏଥିପାଇଁ ବିଭିନ୍ନ ସ୍ଥାନ ଓ ଛକ ଜାଗାରେ ଚେକିଂ କରାଯାଉଛି। ନିୟମ ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×