ନୀଳଗିରି: ବାଲେଶ୍ଵର ଜିଲା, ନୀଳଗିରି ପୁଲିସ ସର୍କଲ ଅଧୀନ ବରହମପୁର ଥାନା ପୁଲିସ ଏକ ଚୋରା ବାର ଉପରେ ଚଢ଼ାଉ କରି ବିପୁଳ ବିଦେଶୀ ମଦ ଜବତ କରିଛି। ତାଲାବନ୍ଦର ସୁଯୋଗ ରେ ବେପାର ଜମାଇବା ନିଶା ରେ ଧରମପୁର ଗାଁ ର ହିମାଂଶୁ ଶେଖର ବେହେରା ନାମକ ଜଣେ ମଦ ବେପାରୀ ନିଜ ଘରେ ବାର ଖୋଲି ଆଡ୍ଡା ଜମାଇ ଥିଲା। ନୀଳଗିରି ଏସଡିପିଓ ରିତେଶ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ବରହମପୁର ଓଆଇସି ରବି ନାରାୟଣ ଭୂୟାଁ, ସିଏସଆଇ ଗୋପୀନାଥ ଭାରତୀ ପ୍ରମୁଖ ସଦଳବଳେ ଉକ୍ତ ବାର ରେ ଚଢ଼ାଉ କରିଥିଲେ। ସେଠାରେ ଆଡ୍ଡା ଜମାଇ ଥିବା ମଦୁଆ ମାନେ ଦୌଡ଼ି ପଳାଇ ଥିବା ବେଳେ ଅଭିଯୁକ୍ତ ବାର ମାଲିକ କୁ ଗିରଫ କରାଯାଇଛି। ତାଙ୍କ ଠାରୁ ବିଭିନ୍ନ ନାମୀ ଦାମୀ କମ୍ପାନୀର ବିଦେଶୀ ମଦ ଜବତ ହୋଇଛି।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।