Quantum Mirror

ଓଲଟିଲା କୋଭିଡ୍ ଡ୍ୟୁଟିରେ ଯାଉଥିବା ସରକାରୀ ବସ୍: ୭ ଡାକ୍ତରୀ ଛାତ୍ରଛାତ୍ରୀ ଆହତ, ଡ୍ରାଇଭର ଗୁରୁତର

ଓଲଟିଲା କୋଭିଡ୍ ଡ୍ୟୁଟିରେ ଯାଉଥିବା ସରକାରୀ ବସ୍: ୭ ଡାକ୍ତରୀ ଛାତ୍ରଛାତ୍ରୀ ଆହତ, ଡ୍ରାଇଭର ଗୁରୁତର

ଦଶପଲ୍ଲା, ୮।୫ : କୋଭିଡ୍ ଡ୍ୟୁଟି ପାଇଁ ଯାଉଥିବା ଏକ ଡାକ୍ତରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହେବା ସହ ୭ ଜଣ ଏସିବିସି ଡାକ୍ତରୀ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । କଟକରୁ ବଲାଙ୍ଗିର ଯାଉଥିବା ଏକ ଓଏସଆରଟିସି ବସ୍ ଦଶପଲ୍ଲାର ବାଣୀଗୋଚ୍ଛା ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ସୂଚନା ଅନୁଯାୟୀ, ଏହି ସରକାରୀ ବସଟି କୋଭିଡ୍ ଡ୍ୟୁଟି ପାଇଁ ୨୦ ଜଣ ଡାକ୍ତରଙ୍କୁ ନେଇ କଟକରୁ ବଲାଙ୍ଗିର ଯାଉଥିଲା । ବିଳମ୍ବିତ ରାତ୍ରିରେ ୫୭ ନମ୍ବର ଜାତୀୟ ରାଜପଥର ଦୁର୍ଗାପ୍ରସାଦ ନିକଟରେ ବସଟି ଏକ ଗଛ ସହ ଧକ୍କା ହୋଇ ଓଲଟି ପଡ଼ିଥିଲା । ଖବର ପାଇ ତହସିଲଦାର, ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ, ଥାନାଧିକାରୀ, ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ଆହତଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସମସ୍ତ ଡାକ୍ତରଙ୍କୁ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ପଠାଯିବା ନିମନ୍ତେ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×