Quantum Mirror

ପରଲୋକରେ ପଦ୍ମଶ୍ରୀ ରାଧାମୋହନ

ପରଲୋକରେ ପଦ୍ମଶ୍ରୀ ରାଧାମୋହନ

ଭୁବନେଶ୍ୱର: ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ସମ୍ ହସ୍ପିଟାଲରେ କରୋନାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ସେ ନୟାଗଡ଼ର ରଙ୍ଗଣିପାଟଣାରେ ଜନ୍ମଲାଭ କରିଥିଲେ । ସେ ଜୈବ କୃଷି ବିଶେଷଜ୍ଞ ଓ ଅର୍ଥନୀତି ପ୍ରଫେସର ଭାବେ ବେଶ୍ ଜଣାଶୁଣା ଥିଲେ । ସମାଜସେବା ପାଇଁ ରାଜ୍ୟ ସରକାର ତାଙ୍କୁ ‘ଉତ୍କଳ ସେବା ସମ୍ମାନ’ରେ ସମ୍ମାନିତ କରିଥିଲେ । ଏହାଛଡ଼ା ପରିବେଶ ସୁରକ୍ଷା ପାଇଁ ୟୁଏନଇପିର ‘ଗ୍ଲୋବାନ ରୋଲ୍ ଅଫ୍ ଅନର’ ପୁରସ୍କାର ପାଇଥିଲେ । ସେ ଶିକ୍ଷା, ଯୋଜନା ଓ ଜଳଛାୟା ମିଶନର ପରାମର୍ଶଦାତା କମିଟିର ସଦସ୍ୟ ରହିବା ଓଡ଼ିଶାର ସୂଚନା କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ । କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଧାମୋହନ ଓ ତାଙ୍କ ଝିଅ ସାବରମତୀଙ୍କୁ ମିଳିତ ଭାବେ ୨୦୨୦ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, ବହୁ ରାଜନେତା, ଶିକ୍ଷାବିତ୍, ପ୍ରଶାସକ, ବୁଦ୍ଧିଜୀବୀମାନେ ଶୋକବ୍ୟକ୍ତ କରିଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×