Quantum Mirror

ସ୍କୁଲ ଫି’ ପ୍ରସଙ୍ଗ ନେଇ ଅନଶନ କରିବେ ଅଭିଭାବକ

ସ୍କୁଲ ଫି’ ପ୍ରସଙ୍ଗ ନେଇ ଅନଶନ କରିବେ ଅଭିଭାବକ

ଭୁବନେଶ୍ୱର: ସ୍କୁଲ ଫି’କୁ ନେଇ ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ରାଜ୍ୟସରକାର ପୂର୍ବରୁ ଏମ୍.ଓ.ୟୁ କରିଥିବା ସ୍କୁଲକୁ ଛାଡି ଅନ୍ୟ ସମସ୍ତ ପାଠପଢା ଜନିତ ବ୍ୟବହାର ସ୍କୁଲ ଫି’ରୁ ୧୫% ପ୍ରତିଶତ ଫି’ ଛାଡ କରିବା ପାଇଁ ନିର୍ଦ୍ଦେଶନାମା କରିଥିଲେ । ଯେହେତୁ ଅନଲାଇନ୍ କ୍ଲାସ ଯୋଗୁଁ ପାଠପଢା ଜନିତ ୧୫% ପ୍ରତିଶତ ଫି କାଟି ଆଦୟ ହେବ । ଏହା ଛଡା ଅବ୍ୟବହୃତ ବା ଅନ୍ୟାନ ଅଦରକାରୀ ଖର୍ଚ୍ଚ ଆଦାୟ ନକରି କେବଳ କର୍ମଚାରୀ ଦରମା ଓ ଅନଲାଇନ କ୍ଲାସର ଖର୍ଚ୍ଚ ଆଦାୟ ହେବ । ତେବେ ସମୁଦାୟ ଖର୍ଚ୍ଚରୁ ୧୫% ଛାଡ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ନିର୍ଦ୍ଦେଶ ମୁତାବକ ଅବ୍ୟବହୃତ ସୁବିଧାର ଫି’ ପିଲାମାନ ଦେବେ ନାହିଁ । କାରଣ ଚଳିତ ବର୍ଷ ପିଲାମାନେ ବ୍ୟବହୃତ କରିନାହାନ୍ତି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମହାସଂଘ ଲିଖିତ ଭାବେ ଜଣାଇଛି । ବର୍ତ୍ତମାନ ସ୍ଥିତିରେ ଲକଡାଉନ୍ ସଟଡାଉନ୍ ଚାଲିଛି ଯାହାଫଳରେ ସମସ୍ତେ ରୋଜାଗାର ହରାଇ ବସିଛନ୍ତି । ଏମିତିକି ଯେଉଁ ଅଭିଭାବକ ପଇସା ଦେଇପାରି ନାହାନ୍ତି ସେ ଚଳିତ ଅଗଷ୍ଟ ମାସ ସୁଦ୍ଧା ବକେୟା ଫି’ କେଉଁଠୁ ଆଣିବେ ? ଏସବୁକୁ ଲକ୍ଷ୍ୟ ରଖି ଅଭିଭାବକ ସଂଘ ଏହି ନିର୍ଦ୍ଦେଶରେ ପରିବର୍ତ୍ତନ କରି ଆଗାମୀ ବର୍ଷ ଭିତରେ ପୁରୁଣା ପଇସାକୁ ଦେବା ପାଇଁ ଆଉ ଏକ ନିର୍ଦ୍ଦେଶନାମା ଆଣିବାକୁ ମୁଖ୍ୟମନ୍ତ୍ରୀ,ମୁଖ୍ୟସଚିବଙ୍କୁ ଦାବି କରିଛନ୍ତି । ତେବେ ଆସନ୍ତା ୧୭ ତାରିଖ ମଧ୍ୟରେ ଯଦି ପରିବର୍ତ୍ତନ ନିର୍ଦ୍ଦେଶନାମା ନଆଣନ୍ତି ତେବେ ବାଧ୍ୟ ହୋଇ ୧୮ ତାରିଖ ଦିନ ଗଣଶିକ୍ଷାମନ୍ତ୍ରୀ ଓ ସଚିବଙ୍କ ଘର ସମ୍ମୁଖରେ ମହାସଂଘ ଆମରଣ ଅନଶନ କରିବ ବୋଲି ଓଡିଶା ଅଭିଭାବ ସଂଘର ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ଚେତାବନୀ ଦେଇଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×