Quantum Mirror

ଆଜିଠାରୁ ଉତ୍ତରପ୍ରଦେଶରେ ଖୋଲିବ ମଲ୍, ରେଷ୍ଟୁରାଣ୍ଟ

ଆଜିଠାରୁ ଉତ୍ତରପ୍ରଦେଶରେ ଖୋଲିବ ମଲ୍, ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜିଠାରୁ ହୋଇଛି ଅନଲକ୍ । ଆଜିଠାରୁ ଖୋଲିବ ପବ୍ଲିକ୍ ପାର୍କ ଓ ବାର । କୋଭିଡ୍-୧୯ର ସୁରକ୍ଷା ବ୍ୟବସ୍ଥା ଓ ସମସ୍ତ ସରକାରୀ ନିର୍ଦ୍ଦେଶାବଳୀ ଓ ନିୟମାବଳୀକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛିା ସେହିଭଳି ଆଜିଠାରୁ ଉତ୍ତରପ୍ରଦେଶରେ ଖୋଲିବାକୁ ଯାଉଛି ରେଷ୍ଟୁରାଣ୍ଟ ଓ ହୋଟେଲ । ମାସ ମାସ ଧରି ବନ୍ଦ ରହିଥିବା ଦେଶର ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶରେ ମଧ୍ୟ ଅନେକ ପ୍ରତିବନ୍ଧକ ହଟାଇ ଦିଆଯାଇଛି । କରୋନାର ପ୍ରକୋପ ହ୍ରାସ ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଯୋଗୀ ସରକାର ତାଲା ପକାଇବାରେ ଆରାମ ଦେବା ଆରମ୍ଭ କରିଛନ୍ତି । ପାଞ୍ଚ ଦିନ ପାଇଁ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ରାଜ୍ୟରେ ଦୋକାନ ବଜାର ଖୋଲିବାକୁ ଅନୁମତି ଦେଇଛନ୍ତି । ଏହା ବ୍ୟତୀତ ରେଷ୍ଟୁରାଣ୍ଟ, ହୋଟେଲ୍ ଓ ପବ୍ ମଧ୍ୟ ଖୋଲିବାକୁ ଅନୁମତି ଦେଇଛନ୍ତି । ରେଷ୍ଟୁରାଣ୍ଟ ଓ ହୋଟେଲ ସମ୍ମୁଖରେ ପଲ୍ସ ଅକ୍ସିମିଟର , ଅନଫ୍ରାଡ୍ ଥର୍ମୋମିଟର, ସାନିଟାଇଜର ସହ କୋଭିଡ୍ ହେଲ୍ପ ଡେକ୍ସ ରଖାଯିବ । ଏହା ସହ ଗୋଟିଏ ଚେଆରକୁ ଛାଡି ଆଉ ଗୋଟେ ଚେଆର ରଖାଯିବ । ଏଥି ସହିତ ସୋମବାର ଠାରୁ ସରକାରୀ ଓ ବେସରକାରୀ କମ୍ପାନୀ ଗୁଡିକ କାର୍ଯ୍ୟାଳୟ ଗୁଡିକ ସମ୍ପୂର୍ଣ୍ଣ ଉପସ୍ଥିତିରେ ଖୋଲିଛି । ତେବେ ସାପ୍ତାହିକ ଲକଡାଉନ୍ ବଳବତ୍ତ ରହିବ । ଏହାପୂର୍ବରୁ ଦୋକାନ ଓ ବଜାର ଖୋଲିବାକୁ ଅନୁମତି ଦିଆଯାଇଥିଲା ସକାଳ ୭ଟାରୁ ୫ ପର୍ଯ୍ୟନ୍ତ । କିନ୍ତୁ ଏହାକୁ ସରକାର ରିହାତି ପ୍ରଦାନ କରିଛନ୍ତି । ତେବେ ସିନେମା ହଲ, ଷ୍ଟାଡିୟମ୍ , ଜିମ୍, ସୁଇମିଂପୁଲ, ସ୍କୁଲ-କଲେଜ୍ ଆଦି ଜୁନ୍ ୨୮ ସକାଳ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ । ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ଅତିଥିଙ୍କୁ ଏକାଠି ହେବାକୁ ଅନୁମତି ଦିଆଯିବ । ୟୁପି ସରକାର କହିଥିଲେ ଲି ଯେଉଁ ଜିଲ୍ଲାରେ ୬୦୦ରୁ କମ୍ ସଂକ୍ରମଣ ରହିଛି ସେଠାରେ ରିହାତି ଦିଆଯିବ । ଯଦି ଏହି ସବୁ ନିର୍ଦ୍ଦେଶାବଳୀ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦିଆଯାଇଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×