ରାଜସ୍ଥାନ: ରାଜସ୍ଥାନର ଅଲୱରରେ ପତଞ୍ଜଳି ବ୍ରାଣ୍ଡ ନାମରେ ସୋରିଷ ତେଲର ପ୍ୟାକିଂ କରୁଥିବା ଏକ ଅଏଲ ମିଲ୍କୁ ସିଜ୍ କରାଯାଇଛି । ଗୁରୁବାର ପୂରା ମିଲ୍କୁ ଭିଡ଼ିଓଗ୍ରାଫି କରାଯାଇଛି ଏବଂ ଏହାର ସାମ୍ପଲ ମଧ୍ୟ ନିଆଯାଇଛି। ମିଲ୍ରେ ପତଞ୍ଜଳିର ପ୍ରଚୁର ମାତ୍ରାରେ ପ୍ୟାକିଂ ସାମଗ୍ରୀ ଜବତ ହୋଇଛି । ଅଭିଯୋଗ ଯେ, ପତଞ୍ଜଳି ନାମରେ ଅପମିଶ୍ରଣ ସୋରିଷ ତେଲ ସପ୍ଲାଇ କରାଯାଉଛି । କୁହାଯାଉଛି କି ଅଲୱର ଜିଲ୍ଲା ପ୍ରଶାସନ ବୁଧବାର ବିଳମ୍ୱିତ ରାତ୍ରିରେ ଖୈରଥଲରେ ଅସ୍ମାଇଲପୁର ରୋଡ୍ ସ୍ଥିତ ଔଦ୍ୟୋଗିକ ଅଞ୍ଚଳରେ ଥିବା ସିଂଘାନିଆ ଅଏଲ ମିଲ୍ରେ ଚଢ଼ାଉ କରି ସିଲ୍ କରିଛି । ଏହାପରେ ଗୁରୁବାର ସନ୍ଧ୍ୟାରେ ଯାଞ୍ଚ କମିଟିର ଟିମ୍ ଏସ୍ଡିଏମ୍ ଅଲୱର ଯୋଗେଶ ଡାଗୁରଙ୍କ ନେତୃତ୍ୱରେ ଫ୍ୟାକ୍ଟ୍ରିରେ ପହଞ୍ଚି ମାମଲାର ଯାଞ୍ଚ କରିଥିଲେ ।ଏବେ ଅଲୱର ଜିଲ୍ଲା ପ୍ରଶାସନ ପଚାରିବାରୁ ଅଏଲ ମିଲ୍ର ମାଲିକ କହିଥିଲେ କି ମୋ ପାଖରେ ବାବା ରାମଦେବଙ୍କ ପତଞ୍ଜଳିର ସାମଗ୍ରୀ ପ୍ୟାକିଂର ଅନୁମତି ଅଛି । ଫ୍ୟାକ୍ଟ୍ରିରୁ ପ୍ରଶାସନକୁ ପତଞ୍ଜଳି ବ୍ୟତୀତ ଶ୍ରୀ ଶ୍ରୀ ଅଏଲ୍ ବ୍ରାଣ୍ଡର ରାପର୍ ମିଳିଲା ।କୁହାଯାଉଛି କି ଖୈରଥଲର ଏହି ଫ୍ୟାକ୍ଟ୍ରିରୁ ପ୍ରଚୁର ପରିମାଣରେ ସୋରିଷ ତେଲ ବାବା ରାମଦେବଙ୍କର କମ୍ପାନୀ ପତଞ୍ଜଳିକୁ ଯାଇଥାଏ । ପତଞ୍ଜଳି ଏହି ତେଲ ନିଜର ବ୍ରାଣ୍ଡର ଷ୍ଟାମ୍ପ ଲଗେଇ ବିକ୍ରି କରିଥାଏ ।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।