ନୂଆଦିଲ୍ଲୀ : କରୋନା ଭ୍ୟାକ୍ସିନର ଡୋଜ୍ ପାଇଁ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଏବେ ଆଗ ପରି ଅନଲାଇନ୍ ଆପଏଟମେଂଟ ନେବାର ଆବଶ୍ୟକତା ନାହିଁ । ଅର୍ଥାତ ସ୍ଲଟ୍ ବୁକିଂ ହେଲେ ଯାଇ ଲୋକଙ୍କୁ ଟିକା ପାଇଁ ଅନୁମତି ମିଳୁଥିଲା । ଏବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆଦେଶ ଅନୁଯାୟୀ, ଏହି ଆୟୁ ବର୍ଗର ଲୋକେ ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇ ପାରିବେ । କିନ୍ତୁ ଟିକା ଲଗାଇବା ପୂର୍ବରୁ Cowin.gov.inରେ ପଞ୍ଜୀକରଣ କରିବାକୁ ପଡିବ । ଏହି ପ୍ରକ୍ରିୟାରେ ଏବେ ଲୋକେ ସ୍ଲଟ୍ ବୁକିଂ ବିନା ମଧ୍ୟ ସିଧାସଳଖ ଅନଲାଇନ ପଞ୍ଜୀକରଣ ଜରିଆରେ ଟିକା ଲଗାଇ ପାରିବେ ।ଉଲ୍ଲେଖନୀୟ ଅନେକ ରାଜ୍ୟରେ ଭ୍ୟାକ୍ସିନ ପାଇଁ ସ୍ଲଟ୍ ବୁକିଂ ମିଳୁନଥିବା ଅଭିଯୋଗ ଆସୁଛି । ଲୋକଙ୍କୁ ଟିକା ନେବାରେ ହଇରାଣ ହେବାକୁ ପଡୁଛି । ଏହି ଖବର ଆଧାରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଉପରୋକ୍ତ ନିଷ୍ପତି ନେଇଛନ୍ତି । ଏହା ବ୍ୟତୀତ ଗ୍ରାମାଂଚଳରେ ଅନଲାଇନ ବୁକିଂ ବିଷୟରେ ସୂଚନା ଅଭାବରୁ ଲୋକଙ୍କୁ ଟିକା ନେବାରେ ମଧ୍ୟ ହଇରାଣ ହେବାକୁ ପଡୁଥିଲା ।
ତାଜା ଖବର
ଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତଶୀତରେ ଥରୁଛି ସାରା ଓଡ଼ିଶାବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ।