Quantum Mirror

ଭାରତରେ ଲଞ୍ଚ ହେଲା POCOର ପ୍ରଥମ 5G ସ୍ମାର୍ଟଫୋନ POCO M3 Pro 5G

ଭାରତରେ ଲଞ୍ଚ ହେଲା POCOର ପ୍ରଥମ 5G ସ୍ମାର୍ଟଫୋନ POCO M3 Pro 5G

ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମତା କମ୍ପାନୀ POCO ଏହାର ପ୍ରଥମ ୫ଜି ସ୍ମାର୍ଟଫୋନ POCO M3 Pro 5G କୁ ଭାରତରେ ଲଞ୍ଚ କରିଛି । ଫୋନରେ ଡୁଆଲ ୫ଜି, MediaTek Dimensity 700 ପ୍ରୋସେସର ସହିତ ରହିଛି ଆହୁରି ଅନେକ ଫିଚର୍ସ । ଏହାକୁ କମ୍ପାନୀ ତିନିଟି କଲରରେ ଲଞ୍ଚ କରିଛି । POCO M3 Pro 5G ରେ 6.5 inch ର Full HD+ Display ଦିଆଯାଇଛି । ଏହା ସହ 90Hzର ରିଫ୍ରେଶ ରେଟ ରହିଛି । ଏହି ସ୍ମାର୍ଟଫୋନ MIUI 12 ଦ୍ୱାରା ପରିଚାଳିତ । ଏହି ଫୋନରେ ଗୋରିଲ୍ଲା ଗ୍ଲାସ ପ୍ରୋଟେକ୍ସନ ମଧ୍ୟ ରହିଛି । POCO M3 Pro 5G ରେ MediaTek Dimensity 700 ପ୍ରୋସେସର ଦିଆଯାଇଛି । POCO M3 Pro 5G ସ୍ମାର୍ଟଫୋନ 4 GB + 64 GB ଏବଂ 6 GB + 128 GB ଭ୍ୟାରିଏଣ୍ଟରେ ଉପଲବ୍ଧ ।POCO M3 Pro 5G ରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ରହିଛି । ଯେଉଁଥିରେ 48 MPର ପ୍ରାଇମେରୀ ଲେନ୍ସ ରହିଛି । ଏହା ସହ 2 MPର ମାକ୍ରୋ କ୍ୟାମେରା ଲେନ୍ସ ଏବଂ 2 MPର ଡେପଥ୍ ସେନ୍ସର ରହିଛି । ସେଲ୍ଫି ପାଇଁ ଏଥିରେ 8 MPର ଫ୍ରଣ୍ଟ କ୍ୟାମେରା ରହିଛି ।POCO M3 Pro 5G ରେ 5000 mAh ବ୍ୟାଟେରୀ ସହ 18Wର ଫାଷ୍ଟ ଚାର୍ଜିଂ ସପୋର୍ଟ ଦିଆଯାଇଛି । କମ୍ପାନୀ ଅନୁଯାୟୀ ଫୁଲ୍ ଚାର୍ଜ କଲେ ଦୁଇଦିନ ପର୍ଯ୍ୟନ୍ତ ଏହାର ବ୍ୟାଟେରୀ ବ୍ୟାକଅପ ରହିବ । କନେକ୍ଟିଭିଟି ପାଇଁ ଏଥିରେ ୟୁଏସବି ଟାଇପ ସି ସହ ହେଡଫୋନ ଜ୍ୟାକ ସୁବିଧା ରହିଛି । ଫୋନରେ ସାଇଡ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସ୍କ୍ୟାନର ଦିଆଯାଇଛି ।
ଏଭଳି ରହିଛି ଏହାର ଦାମ:
ପ୍ରାରମ୍ଭିକ ବିକ୍ରିରେ ଏହାର 4 GB RAM + 64 GB ଷ୍ଟୋରେଜ ଭ୍ୟାରିଏଣ୍ଟର ଦାମ 13,499 ଟଙ୍କା ଥିବାବେଳେ ଏହାର 6 GB RAM + 128 GB ଷ୍ଟୋରେଜ ଭ୍ୟାରିଏଣ୍ଟର ଦାମ 15,499 ଟଙ୍କା ରହିଛି ।
POCO M3 Pro 5G ତିନିଟି କଲର ଭ୍ୟାରିଏଣ୍ଟରେ ଲଞ୍ଚ ହୋଇଛି । ଏଥିରେ ବ୍ଲୁ, ବ୍ଲାକ ଏବଂ ୟେଲୋ କଲର ରହିଛି । ଏହାର ବିକ୍ରି ଫ୍ଲିପକାର୍ଟରେ ୧୪ ଜୁନରୁ ଆରମ୍ଭ ହେବାକୁ ଯାଉଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×