Quantum Mirror

ଝାଡ଼ଖଣ୍ଡ ଏବଂ ଛତିଶଗଡ ପରେ ପଞ୍ଜାବ କୋଭିଡ ଟିକା ସାର୍ଟିଫିକେଟରୁ ହଟାଇଲା ପ୍ରଧାନମନ୍ତ୍ରୀଙ୍କ ଫଟୋ

ଝାଡ଼ଖଣ୍ଡ ଏବଂ ଛତିଶଗଡ ପରେ ପଞ୍ଜାବ କୋଭିଡ ଟିକା ସାର୍ଟିଫିକେଟରୁ ହଟାଇଲା ପ୍ରଧାନମନ୍ତ୍ରୀଙ୍କ ଫଟୋ

ପଞ୍ଜାବ ୨୭।୫: ପଞ୍ଜାବ ସରକାର କୋଭିଡ–୧୯ ଟିକା ଦିଆଯାଇଥିବା ଲୋକଙ୍କୁ ଜାରି କରାଯାଇଥିବା ଟିକା ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ  ହଟାଇ ଦେଇଛି। କେନ୍ଦ୍ର ସରକାରଙ୍କଠାରୁ ଟିକାର ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ନ ଥିବାରୁ ପଞ୍ଜାବ ସରକାରଙ୍କୁ ବିଭିନ୍ନ ଉତ୍ପାଦକଙ୍କଠାରୁ ସିଧାସଳଖ ଟିକା କିଣିବାକୁ ପଡୁଛି। ଟୀକାକରଣରେ କେନ୍ଦ୍ରର କୌଣସି ସମର୍ଥନ ନାହିଁ। ଟୀକା ପ୍ରମାଣପତ୍ରରୁ ନରେନ୍ଦ୍ର ମୋଦୀଙ୍କ ଫଟୋ ହଟାଇବା ପାଇଁ ଏହା ମଧ୍ୟ ଏକ କାରଣ ବୋଲି କୁହାଯାଉଛି। ରାଜ୍ୟରେ ୧୮–୪୫ ବର୍ଷ ବୟସର ଲୋକଙ୍କୁ ଟୀକାକରଣ ସମୟରେ ଦିଆଯାଉଥିବା ଟିକା ପ୍ରମାଣପତ୍ର ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଆଉ ଫଟୋ ନାହିଁ। ଏହିପରି ଝାଡଖଣ୍ଡ ଏବଂ ଛତିଶଗଡ ପରେ ପଞ୍ଜାବ ତୃତୀୟ ରାଜ୍ୟ, ଯିଏ ଟୀକା ପ୍ରମାଣପତ୍ରରୁ ନରେନ୍ଦ୍ର ମୋଦୀଙ୍କ ଛବି ହଟାଇ ଦେଇଛି।ପଞ୍ଜାବ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ବାରା ଜାରି କରାଯାଇଥିବା କୋଭିଡ–୧୯ ଟୀକାକରଣ ପ୍ରମାଣପତ୍ରରେ ଏବେ କେବଳ ମିଶନ ଫତେହର ଲୋଗୋ ଲାଗିଛି। ସୂଚନା ଅନୁଯାୟୀ, ପଞ୍ଜାବ ସରକାର ଏହି ପଦକ୍ଷେପ ଅନେକ ରାଜନୈତିକ ନେତାଙ୍କ ତରଫରୁ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ ନେଇ ଆପତ୍ତି ଉଠାଇ ଫଟୋ ହଟାଇବାକୁ ଦାବି ପରେ ଉଠାଯାଇଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More