ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଗ୍ରୱାଲା ଛକ ନିକଟ ନକଲି ଚା’ ପ୍ୟାକିଂ କାରଖାନା ଉପରେ ଚଢ଼ାଉ ହୋଇଛି। ନକଲି ଚା ପ୍ୟାକେଟରେ ନାମିଦାମୀ ଚା’ କମ୍ପାନୀର ଲୋଗୋ ଲଗାଇ ହେଉଥିଲା ପ୍ୟାକିଂ। ବଜାରରୁ ଶସ୍ତା ଦାମରେ ଚା କିଣି ଏହାକୁ ବିଭିନ୍ନ ନାମିଦାମୀ କମ୍ପାନୀର ଲୋଗୋ ସହ ପ୍ଯାକେଜିଂ କରି ବିକ୍ରି କରା ଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଟାଟା ଟି କମ୍ପାନୀ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯିବା ପରେ ଅଦାଲତଙ୍କ ନିର୍ଦ୍ଦେଶରେ ଗଠିତ ଏକ ଟିମ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜଳେଶ୍ବର ପୋଲିସ ସହାୟତାରେ ଚଢ଼ାଉ କରିଥିଲେ। ଅଟୋପାର୍ଟସ ଦୋକାନ ଭିତରୁ ପ୍ୟାକେଜିଂ ମେସିନ୍, ବିଭିନ୍ନ ଚା କମ୍ପାନୀର ଲୋଗୋ ଥିବା ପଲିଥିନ୍ ବ୍ଯାଗ, ଚା ପ୍ଯାକେଟ ଆଦି ଜବତ କରାଯାଇଛି। ନକଲି ଚା ପ୍ଯାକେଟ ସ୍ଥାନୀୟ ବଜାରରେ ବିକ୍ରି ହେବା ସହ ରାଜ୍ୟ ବାହାରକୁ ମଧ୍ୟ ସପ୍ଲାଇ ହେଉଥିବା ଜଣାପଡିଛି। ତେବେ ଦୀର୍ଘ ବର୍ଷ ଧରି ଏଠାରେ ନକଲି ବେପାର ଚାଲିଥିଲା।
ତାଜା ଖବର
ଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତଶୀତରେ ଥରୁଛି ସାରା ଓଡ଼ିଶାବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ।