ଭୁବନେଶ୍ୱର :ପଶ୍ଚିମ ବଙ୍ଗ ଖଡଗପୁର ଅଂଚଳର ସଞ୍ଜୀବ ସିଂ ନାମକ ଏହି ରୋଗୀ ଜଣକ ତଳି ପେଟରେ ଯନ୍ତ୍ରଣା ଅନୁଭବ କରିବାର ସମସ୍ୟା ନେଇ ଶନିବାର ସମ୍ ହସ୍ପିଟାଲରେ ଭର୍ତି ହୋଇଥିଲେ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ଆଣ୍ଡ ସମ୍ ହସ୍ପିଟାଲରେ ଭର୍ତି ହୋଇଥିବା ଏହି ରୋଗୀଙ୍କର ବାମପଟ ଆଡ୍ରିନାଲ୍ ଗ୍ଲାଣ୍ଡ (କିଡନି ଉପରେ ଥିବା ଗ୍ରନ୍ଥି)ରେ ୬ ସେଂଟିମିଟର ଆକୃତିର ଏକ ଟ୍ୟୁମରଟିକୁ ବିରଳ ଅସ୍ତ୍ରୋପଚାର ଜରିଆରେ କାଢ଼ିବାରେ ସଫଳ ହୋଇଛନ୍ତି ସମ୍ର ଶଲ୍ୟ ଚିକିତ୍ସକ ।ପରୀକ୍ଷା ନିରୀକ୍ଷା ପରେ ଟ୍ୟୁମର ଥିବା ଜଣାପଡ଼ିଥିଲା । ରେଡ଼ିଓଲୋଜି ବିଭାଗର ମୁଖ୍ୟ ଡାକ୍ତର ସତ୍ୟ ମହାପାତ୍ର ସିଟି ସ୍କାନ ଦ୍ୱାରା ଏହି ଟ୍ରୁମରକୁ ଚିହ୍ନଟ କରିଥିଲେ । ଶଲ୍ୟ ବିଭାଗର ଡାକ୍ତର ଜିତେନ୍ଦ୍ର ନାରାୟଣ ସେନାପତିଙ୍କ ନେତୃତ୍ୱରେ ଶଲ୍ୟ ଚିକିତ୍ସକଙ୍କର ଏକ ଟିମ୍ ଜଟିଳ ପ୍ରକ୍ରିୟା ଲ୍ୟାପ୍ରୋସ୍କୋପିକ ଆଡ୍ରିନାଲେକଟୋମି ମାଧ୍ୟମରେ ଏହି ଟ୍ୟୁମରଟିକୁ ସଫଳତାର ସହ କାଢ଼ିବାରେ ସକ୍ଷମ ହୋଇଥିଲେ । ରୋଗୀ ଜଣଙ୍କ ଏବେ ସୁସ୍ଥ ଥିବାବେଳେ ଖୁବ୍ ଅଳ୍ପ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହେବେବୋଲି ଜଣାପଡ଼ିଛି । ସର୍ଜରୀ କରିଥିବା ଟିମ୍ରେ ଡାକ୍ତର ଜେ.ଆର. ପାଣି, ଡାକ୍ତର ବିନୟ କୋନର, ଡାକ୍ତର ସୁନୀଲ କର, ଡାକ୍ତର ସୋନାଲି ମହାନ୍ତି, ଡାକ୍ତର କିସାନ ରେଡ୍ଡି ଏବଂ ଡାକ୍ତର ସୌରଭ ତ୍ରିପାଠୀ ପ୍ରମୁଖ ସାମିଲ୍ ହୋଇ ଏହି ଅସ୍ତ୍ରୋପଚାରଟିକୁ ସଫଳ କରିଥିଲେ ।
ତାଜା ଖବର
ଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତଶୀତରେ ଥରୁଛି ସାରା ଓଡ଼ିଶାବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ।