ଭାରତୀୟ ଫୁଟବଲ ଟିମର ଅଧିନାୟକ ତଥା କିମ୍ବଦନ୍ତି ଫୁଟବଲ ତାରକା ସୁନିଲ ଛେତ୍ରୀ ଅବସର ନେଇଛନ୍ତି। କୋଲକାତାର ସଳ୍ଟ ଲେକ୍ ଷ୍ଟାଡିମୟରେ ଖେଳାଯାଇଥିବା କୁଏତ ବିପକ୍ଷ ବିଶ୍ୱକପ ଯୋଗ୍ୟତା ମୁକାବିଲା ହୋଇଛି ତାଙ୍କ ଶେଷ ମ୍ୟାଚ୍। ମୁକାବିଲା ଶେଷରେ ଖେଳାଳିଙ୍କ ତରଫରୁ ତାଙ୍କୁ ବିଦାୟୀ ସମ୍ବର୍ଧନା ଦିଆଯାଇଥିଲା। ଶେଷ ମ୍ୟାଚ ଖେଳିଥିବାରୁ ସୁନିଲ ଛେତ୍ରୀ ଭାବବିହ୍ୱଳ ହୋଇଯାଇଥିଲେ। ଫିଲ୍ଡରେ ସେ କାନ୍ଦୁଥିବା ଦୃଶ୍ୟ ଫ୍ୟାନ୍ସଙ୍କୁ ମଧ୍ୟ ଭାବବିହ୍ୱଳ କରିଥିଲା। ଫିଫା ବିଶ୍ୱକପ୍ ୨୦୨୬ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଓ କୁଏତ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୦-୦ ଗୋଲରେ ଡ୍ର ରହିଥିଲା। କୋଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଥିଲା ଏବଂ ଏହା ଥିଲା ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀଙ୍କ କ୍ୟାରିୟରର ଶେଷ ମ୍ୟାଚ୍।ତାଙ୍କୁ ସମଗ୍ର ଭାରତୀୟ ଦଳ ମଧ୍ୟ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ, କିନ୍ତୁ ଏହି ମୁହୂର୍ତ୍ତ ତାଙ୍କୁ ଭାବପ୍ରବଣ କରିଥିଲା।ସୁନିଲ ଛେତ୍ରୀ ତାଙ୍କ ଅନ୍ତର୍ଜାତୀୟ ଫୁଟବଲ କ୍ୟାରିୟରରେ ୧୫୧ ଟି ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ ୯୪ଟି ଗୋଲ ସ୍କୋର କରିଛନ୍ତି। ଫୁଟବଲ୍ ମ୍ୟାଚ୍ ଇତିହାସରେ ଭାରତୀୟ ଦଳ ପାଇଁ ସର୍ବାଧିକ ୪ଟି ହ୍ୟାଟ୍ରିକ୍ ସ୍କୋର କରିଥିବା ସୁନିଲ ମଧ୍ୟ ଏହି ଖେଳାଳି ଥିଲେ। ଅନ୍ତର୍ଜାତୀୟ ଫୁଟବଲରେ ଛେତ୍ରୀ ବିଶ୍ୱର ଚତୁର୍ଥ ସର୍ବାଧିକ ଗୋଲ ସ୍କୋରର ଥିଲେ। ଏହି ତାଲିକାରେ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲଡୋ (୧୨୮), ଇରାନର ଅଲି ଡାଏ (୧୦୮) ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି (୧୦୬) ଙ୍କ ପରେ ସେ ରହିଛନ୍ତି।
ତାଜା ଖବର
ଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତଶୀତରେ ଥରୁଛି ସାରା ଓଡ଼ିଶାବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ।