Quantum Mirror

ବନ୍ଧା ହେଲେ ରିୟାଙ୍କ ଭାଇ ସୌଭିକ ଓ ମ୍ୟାନେଜର ସାମୁଏଲ

ବନ୍ଧା ହେଲେ ରିୟାଙ୍କ ଭାଇ ସୌଭିକ ଓ ମ୍ୟାନେଜର ସାମୁଏଲ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ନେଉଛି ନୂଆ ମୋଡ଼। ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ଏନସିବି । ଡ୍ରଗ୍ସ ଲିଙ୍କ ମାମଲାରେ ସୌଭିକଙ୍କୁ ଶୁକ୍ରବାର ଗିରଫ କରାଯାଇଛି । ଏହା ସହିତ ସୁଶାନ୍ତଙ୍କ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ମଧ୍ୟ ଗିରଫ କରିଛି । ଶୁକ୍ରବାର ସୁଶାନ୍ତଙ୍କ ସହଯୋଗୀ ସାମୁଏଲ ମିରାଣ୍ଡା ଏବଂ ରିୟାଙ୍କ ବାସଭବନରେ ଏନସିବି ପକ୍ଷରୁ ଚଢାଉ କରାଯାଇଥିଲା । ଏହାପରେ ଏନସିବି ଉଭୟ ମିରାଣ୍ଡା ଏବଂ ସୌଭିକଙ୍କୁ ଅଟକ ରଖିଥିଲା । ଉଲ୍ଲେଖଯୋଗ୍ୟ ଯେ, ଜୁନ୍ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ । ଏହାପରେ ହତ୍ୟା ଅଭିଯୋଗ ସହିତ ଡ୍ରଗ୍ସ ଲିଙ୍କ ସମ୍ମୁଖକୁ ଆସିଥିଲା ।  ଅନେକ ଚାଟ ସମ୍ମୁଖକୁ ଆସିବା ପରେ ଏନସିବି ପକ୍ଷରୁ ମାମଲାର ତଦନ୍ତ କରାଯାଇ ଏହି ଗିରଫ କରାଯାଇଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×