Quantum Mirror

ରାଉରକେଲା: ଲକଡାଉନ ବେଳେ ଲୋକଙ୍କ ଦୁଆର ମୁହଁରେ ଆଳୁ, ପିଆଜ ପହଂଚାଉଛନ୍ତି ମିଶନ ଶକ୍ତିର ମହିଳା

ରାଉରକେଲା: ଲକଡାଉନ ବେଳେ ଲୋକଙ୍କ ଦୁଆର ମୁହଁରେ ଆଳୁ, ପିଆଜ ପହଂଚାଉଛନ୍ତି ମିଶନ ଶକ୍ତିର ମହିଳା

ସୁନ୍ଦରଗଡ଼, ୨୦ ମେ’ ୨୦୨୧: ରାଉରକେଲା ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛି ପ୍ରଶାସନ। ଜନସାଧାରଣ ଆବଶ୍ୟକ ନଥିଲେ ଘରୁ ନ ବାହାରିବା ପାଇଁ ସେମାନଙ୍କ ଦୁଆର ମୁହଁରେ ଆଳୁ ପିଆଜ ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପହଞ୍ଚାଉଛନ୍ତି ମିଶନ ଶକ୍ତିର ମହିଳା। ମେ’ ୫ ତାରିଖରୁ ଆରମ୍ଭ ହୋଇଥିବା ଲକଡାଉନକୁ ରାଜ୍ୟ ସରକାର ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେଣୁ ଏହି ସମୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସାଧାରଣ ଜନତାଙ୍କ ଦୁଆର ମୁହଁରେ ଆଳୁ ପିଆଜ ନେଇ ସୁଲଭ ଦରରେ ବିକୁଛନ୍ତି। ଏଥିପାଇଁ ରାଉରକେଲାରେ ୯ଟି ଏସଏଚଜି ନିୟୋଜିତ ହୋଇଛନ୍ତି। ରାଉରକେଲା ମହାନଗର ନିଗମ  ଏହି କାମରେ ସେମାନଙ୍କ ପାଇଁ ଗାଡ଼ି ବ୍ୟବସ୍ଥା କରିଛି।ଫଳରେ ଲକଡାଉନ ନିୟମ ଭାଙ୍ଗି କାହାକୁ ବେଶୀ ବାଟ ଯିବାକୁ ପଡୁନାହିଁ। ହୋମ ଆଇସୋଲେସନରେ ଥିବା ବ୍ୟକ୍ତି ମଧ୍ୟ ଘରେ ଥାଇ ଆଳୁ ପିଆଜ ପାଇପାରୁଛନ୍ତି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×