ଦିଲ୍ଲୀକୁ ଟିକା ଯୋଗାଇ ଦେବା ପାଇଁ ରୁଷୀୟ ଟିକା ‘ସ୍ପୁଟ୍ନିକ୍ ଭି’ର ନିର୍ମାତା ରାଜି ହୋଇଛନ୍ତି, କିନ୍ତୁ ଟିକାର ପରିମାଣ ସମ୍ବନ୍ଧରେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ ବୋଲି ବୁଧବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି। ଦ୍ବାରକାସ୍ଥିତ ‘ଭେଗାସ୍ ମଲ୍’ରେ ଦିଲ୍ଲୀର ପ୍ରଥମ ‘ଡ୍ରାଇଭ୍-ଥ୍ରୁ ଭ୍ୟାକ୍ସିନେସନ୍ ସେଣ୍ଟର୍’ର ଶୁଭ ଉଦ୍ଘାଟନ କରି ସେ ମଧ୍ୟ କହିଥିଲେ ଯେ, ‘ମଡର୍ଣ୍ଣା’ ଏବଂ ‘ଫାଇଜର୍’ ନିର୍ମିତ ଟିକା ପିଲାମାନଙ୍କ ପାଇଁ ଉତ୍ତମ। ପିଲାମାନଙ୍କୁ ଟିକା ଦେବା ନିମନ୍ତେ କେନ୍ଦ୍ର ସରକାର ସେ ସବୁ ଖରିଦ କରିବା ଉଚିତ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀରେ ୬୨୦ ‘ବ୍ଲାକ୍ ଫଙ୍ଗସ୍’ ବା ‘ମ୍ୟୁକୋରମାଇକୋସିସ୍’ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି। କିନ୍ତୁ, ଏହି ବେମାରୀର ଚିକିତ୍ସା ନିମନ୍ତେ ଆବଶ୍ୟକ ଇଞ୍ଜେକ୍ସନ୍ ‘ଆମ୍ଫୋଟେରିସିନ୍–ବି’ ଅଭାବ ପଡ଼ିଛି। ତେବେ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କହିଲେ, ‘ସ୍ପୁଟ୍ନିକ୍ ଭି’ ନିର୍ମାତାଙ୍କ ସହ ଆଲୋଚନା ଚାଲିଛି। ସେମାନେ ଆମକୁ ଟିକା ଦେବେ, କିନ୍ତୁ, କେତେ ପରିମାଣର ଦେବେ, ତାହା ସ୍ଥିର ହୋଇନାହିଁ।
ତାଜା ଖବର
ଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତଶୀତରେ ଥରୁଛି ସାରା ଓଡ଼ିଶାବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ।