ଖଇରା, ୩୧।୫ : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଲକଡାଉନ ସଟଡାଉନ ଭଳି କଟକଣା ଲାଗୁ କରିଛନ୍ତି। ଏପରିକି ସଂକ୍ରମଣ ମାମଲା ହ୍ରାସ ନହେବାରୁ ପୁଣି ଥରେ ଲକଡାଉନ ଅବଧି ଜୁନ୍ ୧୭ ଯାଏଁ ବୃଦ୍ଧି କରାଯାଇଛି। ଲକଡାଉନ୍ ଗାଇଡଲାଇନ୍ ଅନୁଯାୟୀ ଯେଉଁ ଦୋକାନଗୁଡିକୁ ଖୋଲିବାକୁ ଅନୁମତି ରହିଛି ସେମାନେ କେବଳ ୪ ଘଣ୍ଟା ଅର୍ଥାତ୍ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଦୋକାନ ଖୋଲିପାରିବେ । ଏମିତିରେ କିଛି ସ୍ଥାନରେ କିଛି ଦୋକାନୀ କୋଭିଡ୍ ଗାଇଡଲାଇନ୍ ଉଲଂଘନ କରୁଥିବା ନଜରକୁ ଆସିଛି । କିଛି ଅମାନିଆ ଏହାକୁ ଖୋଲାଖୋଲି ଉଲଂଘନ କରୁଥିବା ଦେଖିବାକୁ ମିଳୁଛି ।ଲକଡାଉନ୍ରେ ଚାଲିଛି ସେଲ୍ ଅଫର୍ । ଅଫର୍ ଦେଖି ଲୋକେ ବାୟା। ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ମାର୍କେଟରେ । ଏହି ମାର୍କେଟରେ ଥିବା ଏକ ଲୁଗା ଦୋକାନ ସେଲ୍ ଅଫର୍ ଦେଇଥିଲା। ଫଳରେ ଲୁଗା ଦୋକାନରେ ଅସମ୍ଭାଳ ଭିଡ ସୃଷ୍ଟି ହୋଇଛି । ଆଗକୁ ସାବିତ୍ରୀ, ରଜ ଥିବାରୁ ଲୋକେ ଅଫର୍ ଦେଖି ମାଡି ଆସିଛନ୍ତି । ନା ଏଠାରେ ଅଛି ସାମାଜିକ ଦୂରତା ନା କାହା ମୁହଁରେ ଅଛି ମାସ୍କ । ଏମିତି ଲାଗୁଛି ଯେମିତି ଅଫର୍ ଦେଖି ଲୋକଙ୍କ ମନକୁ କରୋନା ଭୟ ଅପସରି ଯାଇଛି ।ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ଏହି ଦୋକାନଟି ଥାନାଠାରୁ ମାତ୍ର ୨୦୦ ମିଟର ଏବଂ ତହସିଲ ଅଫିସରୁ ୫୦୦ ମିଟର ଦୂରରେ ରହିଛି । ହେଲେ ପୋଲିସ ନା ପ୍ରଶାସନ କାହାର ଏଥିପ୍ରତି ନିଘା ନାହିଁ । କୋଭିଡ୍ ଗାଇଡଲାଇନର ଧଜିଆ ଉଡୁଥିବା ବେଳେ ନିରବଦ୍ରଷ୍ଟା ସାଜିଛନ୍ତି ପୋଲିସ ପ୍ରଶାସନ। ତେବେ ଏହି ଘଟଣା ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଭିଡକୁ ନିୟନ୍ତ୍ରଣ କରିଥିବା ଜଣାପଡିଛି । ଦୋକାନ ସମ୍ମୁଖରେ ବାଉଁଶ ବ୍ୟାରିକେଟ୍ ଦେଇ ବନ୍ଦ କରିଛି ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ