ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶିବ ବିବାହ ଉତ୍ସବ ଆସନ୍ତା ୧୧ରେ ମହା ଆଡମ୍ବର ସହ ପାଳିତ ହେବ। ଦେବଦମ୍ପତିଙ୍କ ବିବାହ ଉତ୍ସବ ଲୌକିକ ଓ ବୈଦିକ ରୀତିନୀତିରେ ଅନୁଷ୍ଠିତ ହେବ। ଚଳିତବର୍ଷ ମନୋନୀତ ହୋଇଥିବା ବରପିତା କେଦାରନାଥ ପାଢୀ ଓ କନ୍ଯାପିତା ଗଦାଧର ପାଢୀଙ୍କ ଘରେ ସାଜ୍ଜସଜ୍ଜା ଚାଲିଥିବା ବେଳେ ବନ୍ଧୁ ପରିଜନଙ୍କୁ ନିମନ୍ତ୍ରଣପତ୍ର ଓ ମଙ୍ଗୁଳା ଗୁଆ ବଣ୍ଟା ସରିଛି। ବିବାହ ଉତ୍ସବ ଯେପରି ଶାନ୍ତିଶୃଙ୍ଖଳାର ସହ ସମାପନ ହେବ ସେଥିପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଠରେ ସମୀକ୍ଷା କରାଯାଇଛି। ଭଦ୍ରକ ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଉପଜିଲାପାଳ ତଥା ମନ୍ଦିରଟ୍ରଷ୍ଟି ମନୋଜ ପାତ୍ର ପୀଠରେ ପହଁଚି ସମସ୍ତ ପ୍ରସ୍ତୁତି କାର୍ଯ୍ଯର ସମୀକ୍ଷା କରିଥିଲେ। ବିଶେଷକରି ବିବାହ ଉତ୍ସବ ଦିନ ବରଧରା ଶୋଭାଯାତ୍ରାରେ ଅଧିକ ସଂଖ୍ଯକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୀଠରେ ୨୪ଘଣ୍ଟିଆ ବିଜୁଳି ସେବା ସହ ପାନୀୟଜଳ, ସ୍ବାସ୍ଥ୍ଯ ସେବା ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଉପଜିଲ୍ଲାପାଳ ଶ୍ରୀ ପାତ୍ର ଆଲୋଚନା କରିଥିଲେ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ