ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ରାମମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ବିନା ଭକ୍ତରେ ପାଳିତ ହେଉଛି। ଆଜି ପବିତ୍ର ଶ୍ରୀରାମ ନବମୀ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଭୁବନେଶ୍ୱର ଓ କଟକର ଧାର୍ମିକ ସ୍ଥଳଗୁଡିକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ଲଗାଇଛନ୍ତି କଟକଣା। ସେହି କାରଣରୁ ମନ୍ଦିର ସମ୍ମୁଖରେ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯିବା ସହିତ ମନ୍ଦିରର ପ୍ରବେଶ ଦ୍ୱାର ବନ୍ଦ ରଖାଯାଇଛି। ଭିତରେ କେବଳ ପୂଜକ ଓ ମନ୍ଦିରର କିଛି କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଉଛି। ଶ୍ରଦ୍ଧାଳୁମାନେ କୋଭିଡ କଟକଣା ସହିତ ସରକାରଙ୍କ ଗାଇଡଲାଇନ ମାନି ଘରେ ଥିବା ବେଳେ ଅଳ୍ପ କିଛି ଭକ୍ତ ରାମମନ୍ଦିର ସମ୍ମୁଖ ରାସ୍ତା ଉପରେ ଭଗବାନ ଶ୍ରୀରାମଙ୍କୁ ଭକ୍ତି ଅର୍ଘ୍ୟ ନିବେଦନ କରୁଥିବା ଦେଖିବାକୁ ମିଳିଛି।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।