ନୂଆଦିଲ୍ଲୀ : ଭାରତରେ ଆଜି ପହଞ୍ଚିଛି କୋଭିଡ୍ ଟିକା ସ୍ଫୁଟନିକ୍-ଭି । ଋଷିଆନ୍ ଟିକା ସ୍ଫୁଟନିକ-ଭିର ପ୍ରଥମ ବ୍ୟାଚ୍ ହାଇଦ୍ରାବାଦ୍ ବିମାନ ବନ୍ଦରରେ ପହଞ୍ଚିଛି । ଏହି ଟିକାର ଦେଢ଼ ଲକ୍ଷ ଡୋଜ୍ ପହଞ୍ଚିଥିବା ଜଣାପଡିଛି । ସୁଚନାଯୋଗ୍ୟ, ଏପ୍ରିଲ୍ ୧୩ ତାରିଖରେ ଡ୍ରଗ୍ କଣ୍ଟ୍ରୋଲ୍ ଜେନେରାଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ସ୍ଫୁଟନିକ୍ ଭି ଟିକାକୁ ଭାରତରେ ବ୍ୟବହାର କରିବା ନେଇ ଅନୁମତି ଦିଆଯାଇଥିଲା । ଦେଶରେ କରୋନା ମହାମାରୀର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଥିଲା । ତେବେ ଏହା ହେଉଛି ତୃତୀୟ ଟିକା । ଏହାପୁର୍ବରୁ ଆଉ ଦୁଇଟି ଟିକାକୁ ଅନୁମୋଦନ ଦିଆଯାଇଥିଲା । ସେ ଦୁଇଟି ହେଲା କୋଭିସିଲଡ୍, ଏବଂ କୋଭାକ୍ସିନ୍ । ଏହି ଦୁଇଟି ଟିକାକୁ ଏବେ ଭାରତରେ ଦିଆଯାଉଛି ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ