ଭୁବନେଶ୍ୱର: ରାଜ୍ୟରେ ଆଜି ୨୪ ଘଣ୍ଟାରେ ରାଜ୍ୟରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧ ହଜାର ୯୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୫୧୦ ନୂଆ ମାମଲା ସହ ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା।ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ଆକ୍ରାନ୍ତରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୧୬୧ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬,୬୧୩ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୫,୧୯୪ ଜଣ ଲୋକାଲ୍ କେସ୍ ବୋଲି ସୂଚନା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସେହିପରି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୫୬୦, ବାଲେଶ୍ୱରରୁ ୨୬୦, ବରଗଡ଼ରୁ ୪୨୮, ଭଦ୍ରକରୁ ୮୩, ବଲାଙ୍ଗିରରୁ ୪୩୭, ବୌଦ୍ଧରୁ ୧୭୮, କଟକରୁ ୧,୦୫୨, ଦେବଗଡ଼ରୁ ୧୧୫, ଢେଙ୍କାନାଳରୁ ୧୭୭, ଗଜପତିରୁ ୧୦୫, ଗଞ୍ଜାମରୁ ୩୪୧, ଜଗତସିଂହପୁରରୁ ୧୩୪, ଯାଜପୁରରୁ ୩୦୨, ଝାରସୁଗୁଡ଼ାରୁ ୪୨୧, କଳାହାଣ୍ଡିରୁ ୪୦୨, କନ୍ଧମାଳରୁ ୯୨, କେନ୍ଦ୍ରାପଡ଼ାରୁ ୧୪୫, କେନ୍ଦୁଝରରୁ ୨୩୧, ଖୋର୍ଦ୍ଧାରୁ ୧,୫୧୦, କୋରାପୁଟରୁ ୧୨୨, ମାଲକାନଗିରିରୁ ୭୦, ମୟୂରଭଞ୍ଜରୁ ୧୭୫, ନବରଙ୍ଗପୁରରୁ ୪୧୯, ନୟାଗଡ଼ରୁ ୨୦୪, ନୂଆପଡ଼ାରୁ ୨୮୬, ପୁରୀରୁ ୪୫୪, ରାୟଗଡ଼ାରୁ ୧୩୮, ସମ୍ବଲପୁରରୁ ୫୩୩, ସୋନପୁରରୁ ୨୧୦, ସୁନ୍ଦରଗଡ଼ରୁ ୧,୯୨୨ ଓ ଷ୍ଟେଟ୍ ପୁଲ୍ରୁ ୩୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫,୨୪,୨୦୭ରେ ପହଞ୍ଚିଛି ।
ତାଜା ଖବର
ଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତଶୀତରେ ଥରୁଛି ସାରା ଓଡ଼ିଶାବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ।