ଭୁବନେଶ୍ୱର: ବାଲେଶ୍ୱର ଓ କେନ୍ଦୁଝରରେ ଗଛ ପଡ଼ି ୨ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଏହାର ତଦନ୍ତ ଚାଲିଛି। ବାତ୍ୟା କ୍ଷୟକ୍ଷତିଜନିତ ସେପରି ବଡ଼ ଘଟଣା ଘଟିନି। ଏନେଇ ସୂଚନା ଦେଇଛନ୍ତି SRC। ୟାସ ପ୍ରଭାବରେ ଜୁଆର ପାଣି ବହୁତ ଗାଁରେ ପଶିଛି। ବାହାନଗା, ରେମୁଣା, ବାଲେଶ୍ୱର ସଦର, ଧାମରାର କିଛି ଗାଁରେ ପାଣି ପଶିଛି। କିଛି ସ୍ଥାନରେ ୱାଟର ଲଗିଙ୍ଗ ବି ହୋଇଛି ବୋଲି SRC କହିଛନ୍ତି। ବାତ୍ୟା ଦ୍ୱାରା ବହୁତ ଗଛ ଭାଙ୍ଗିଛି। ବିଶେଷକରି ନୀଳଗିରିରେ ଗଛ ଭାଙ୍ଗିଛି।ସେହିପରି ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସେମିତି କିଛି କ୍ଷୟକ୍ଷତି ହୋଇନି। ବିଶେଷକରି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି। ପାଣି ଜମି ରହିବା ଯୋଗୁ କିଛି ସ୍ଥାନରେ ଫ୍ଲାସଫ୍ଲଡ ହୋଇଛି। ଶିମିଳିପାଳରେ ଅଧିକ ବର୍ଷା ହେଉଥିବାରୁ ବୁଢ଼ାବଳଙ୍ଗରେ ଫ୍ଲାସଫ୍ଲଡ ସମ୍ଭାବନା ରହିଛି। ସତର୍କତା ସ୍ୱରୂପ ମୟୂରଭଞ୍ଜ ଜିଲ୍ଲାପାଳ କିଛି ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।