Quantum Mirror

ଚୀନରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ

ତ୍ତର ଚୀନର ହେୱାଇ ପ୍ରଦେଶରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଅନେକ ଅଟ୍ଟାଳିକା ଜଳି ନଷ୍ଟ ହୋଇଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୨ଜଣ ଆହତ ହୋଇଥିବା ସୂଚନା ମିଳିଛି। ଚୀନର ସରକାରୀ ବ୍ରଡକାଷ୍ଟର୍ ସିସିଟିଭିର ସୂଚନା ଅନୁଯାୟୀ, ପୁରୁଣା ଆବାସିକ ଅଞ୍ଚଳର ତଳ ମହଲା ରେଷ୍ଟୁରାଣ୍ଟରେ ଏହି ବିସ୍ଫୋରଣ ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସିସିଟିଭିର ରିପୋର୍ଟ ଅନୁଯାୟୀ, ଚୀନର ରାଜଧାନୀ ବେଜିଂଠାରୁ ୫୦କିଲୋମିଟର ଦୂରରେ ଥିବା ସାନହେ ସହରର ଜିଆୱାଙ୍ଗଜେହୁଆଙ୍ଗ ଗାଁର ଏକ ଆବାସିକ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ଆଜି ସକାଳ ପ୍ରାୟ ୭ଟା ୫୫ରେ ହଠାତ୍ ଭୟଙ୍କର ଶବ୍ଦ ହୋଇଥିଲା। ଗଣମାଧ୍ୟମ ଦ୍ୱାରା ପ୍ରସାରିତ ଏକ ଅନଲାଇନ୍ ଫୁଟେଜରେ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳିଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×