Quantum Mirror

୧୪ ବର୍ଷର ନାବାଳିକାଙ୍କୁ ପାଠ ପଢ଼ାଇବା ନାଁରେ ଘରେ ରଖି କରୁଥିଲେ ଦୁଷ୍କର୍ମ

୧୪ ବର୍ଷର ନାବାଳିକାଙ୍କୁ ପାଠ ପଢ଼ାଇବା ନାଁରେ ଘରେ ରଖି କରୁଥିଲେ ଦୁଷ୍କର୍ମ

ଗୌହାଟୀ:  ଜଣେ କଲେଜ୍ ଅଧ୍ୟାପକ ନିଜ ଘରେ ଏକ ୧୪ ବର୍ଷର ନାବାଳିକାଙ୍କୁ ପଢ଼ାଇବା ପାଇଁ ରଖିଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟା ପୂର୍ବରୁ ଉକ୍ତ ନାବାଳିକା ଜଣକ ତାଙ୍କର ଜଣେ ବନ୍ଧୁଙ୍କୁ ତାଙ୍କ ସହ ଯୌନ ଉତ୍ପୀଡନ ହେଉଥିବା ମେସେଜ୍ କରିଥିଲେ ବୋଲି ମଧ୍ୟ ଜଣାପଡିଛି । ଅଧ୍ୟାପକଙ୍କ ଘର ଆସାମର ଚିରାଙ୍ଗ ଜିଲ୍ଲାରେ ହୋଇଥିବା ବେଳେ ନାବାଳିକା ତାଙ୍କ ଘରେ ବର୍ଷେ ହେବ ରହି ଆସୁଥିଲେ । ବର୍ତ୍ତମାନ ସେ ଆତ୍ମହତ୍ୟା କରିଥିବା ଅଭିଯୋଗରେ ଅଧ୍ୟାପକଙ୍କୁ ଗିରଫ କରିଛି ପୋଲିସ୍ । ପୋଲିସ୍ କହିବା ଅନୁସାରେ, ଅଧ୍ୟାପକଙ୍କ ଘରେ ୧୪ ବର୍ଷର ନାବାଳିକା ଜଣକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । କିନ୍ତୁ ତାଙ୍କ ମୃତ୍ୟୁ ବିଷୟରେ ପୋଲିସକୁ ଅଧ୍ୟାପକଙ୍କ ପରିବାର ପକ୍ଷରୁ କୌଣସି ପ୍ରକାର ସୂଚନା ଦିଆଯାଇଥିଲା । ଖାଲି ସେତିକି ନୁହେଁ ପୋଲିସ୍ କୁ ନଜଣାଇ ଅଧ୍ୟାପକ ଏବଂ ତାଙ୍କ ପରିବାର ଲୋକ ମିଶି ନାବାଳିକାଙ୍କ ଶବଦାହ କରିବାକୁ ଯାଇଥିଲେ । ଏହି ସମୟରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଶବଦାହକୁ ଅଟକାଇଥିଲା । ଏହାପରେ ପୋଲିସ୍ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ତେବେ ପୋଲିସ୍ ତଦନ୍ତରୁ ଜଣାପଡିଛି ଯେ, ନାବାଳିକା ଜଣକ ଆତ୍ମହତ୍ୟା କରିବା ପୂର୍ବରୁୁ ତାଙ୍କର ଜଣେ ବନ୍ଧୁଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ମେସେଜ୍ ପଠାଇଥିଲେ । ସେଥିରେ ସେ କହିଥିଲେ ଯେ, ତାଙ୍କ ସହିତ ଦୁଷ୍କର୍ମ ହୋଇଛି । ତେଣୁ ସେ ଆଉ ବଞ୍ଚିରହିବାକୁ ଚାହୁଁ ନାହାନ୍ତି । ପୋଲିସ୍ ସବୁକିଛି ଯାଞ୍ଚ ପରେ ଅଧ୍ୟାପକଙ୍କୁ ପ୍ରମାଣ ଲୁଚାଇବା ଏବଂ ପୋକ୍ସୋ ଆକ୍ଟ ଆଧାରରେ କୋର୍ଟରେ ହାଜର କରାଇଛି ଏବଂ କୋର୍ଟ ତାଙ୍କୁ ତିନିଦିନିଆ ପୋଲିସ୍ ହେପାଜତକୁ ପଠାଇଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×