କେସିଙ୍ଗା,୨୭/୫: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା ସ୍ଥିତ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ବିନାୟକ ନାମକ ଏକ ପାଥୋଲୋଜି ବେନିୟମ ଭାବେ ଚାଲୁଥିବା ନେଇ ଜିଲ୍ଲା ପ୍ରଶାସନ ଠାରେ ଅଭିଯୋଗ ହୋଇଥିଲା । ଯାହାକି ଉକ୍ତ ପାଥୋଲୋଜିର ଲାଇସେନ୍ସ ନଥିବା ବେଳେ ବିନା ଲାଇସେନ୍ସରେ ଦୀର୍ଘ ଦିନ ହେଲା ପାଥୋଲୋଜି ଚାଲୁଥିବା ନେଇ ଜିଲ୍ଲା ପ୍ରଶାସନ ଜାଣିବାକୁ ପାଇଥିଲା ।ଫଳରେ ପ୍ରଶାସନ ପକ୍ଷରୁ ଆଜି ଉକ୍ତ ପାଥୋଲୋଜିକୁ ସିଲ୍ କରାଯାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ମାଜିଷ୍ଟ୍ରେଟ ଭାବରେ କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କର ନିଜ ଟିମ୍ କୁ ଧରି ବେନିୟମ ଭାବେ ଚାଲୁଥିବା ବିନାୟକ ପାଥୋଲୋଜିକୁ ପହଞ୍ଚିଥିଲେ ଓ କେସିଙ୍ଗା ଆଦର୍ଶ ଥାନାର ଆଇଆଇସି ଅଶୋକ କୁମାର ମହାପାତ୍ର, ପାଷ୍ଟିକୁଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଅଭିନାଶ ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ବିନାୟକ ପାଥୋଲୋଜିକୁ ସିଲ୍ କରାଯାଇଛି ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ