Quantum Mirror

ମନ୍ଦିର ଭିତରେ ବୁଲୁଛନ୍ତି ଭାଲୁ ପଲ, ସ୍ଥାନୀୟ ଲୋକେ ଆତଙ୍କିତ

ମନ୍ଦିର ଭିତରେ ବୁଲୁଛନ୍ତି ଭାଲୁ ପଲ, ସ୍ଥାନୀୟ ଲୋକେ ଆତଙ୍କିତ

ନବରଙ୍ଗପୁର, ୦୪/୦୬ : ମନ୍ଦିର ଭିତରେ ବୁଲୁଛନ୍ତି ଭାଲୁ ପଲ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମରେ ଥିବା ବଡଦେବତା ମନ୍ଦିର ଭିତରେ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଛି । ଶୁକ୍ରବାର ସକାଳ ପ୍ରାୟ ୬ଟା ୩୦ ମିନିଟ ସମୟରେ ବଡଦେବତା ମନ୍ଦିର ପରିସରରେ ଜଙ୍ଗଲୀ ଭାଲୁ ପଲ ବୁଲୁଥୁବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ।ସୂଚନାନୁଯାୟୀ, ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମରେ ଥିବା ବଡଦେବତା ମନ୍ଦିରକୁ ନଡ଼ିଆ ଖାଇବା ପାଇଁ ପ୍ରାୟ ସବୁଦିନ ମନ୍ଦିରକୁ ଆସିଥାନ୍ତି ଭାଲୁ । ଶୁକ୍ରବାର ୩ଟି ଭାଲୁ ଗ୍ରାମର ବଡଦେବତା ମନ୍ଦିର ଭିତରୁ ବାହାରୁଥିବା ଦେଖି ଗ୍ରାମର ଜଣେ ଯୁବକ ତାଙ୍କ ମୋବାଇଲରେ ଭିଡିଓ ରେକର୍ଡ କରିଥିଲେ । ଏହାସହ ଗ୍ରାମବସୀ ଭାଲଙ୍କୁ ସେଠାରୁ ଘଉଡାଇ ଦେଇଥିଲେ ।ତେବେ ଭାଲୁ କାହାର କିଛି କ୍ଷତି କରିନଥିଲେ ମଧ୍ୟ ବାରମ୍ବାର ସ୍ଥାନୀୟ ଅଞ୍ଚଳରେ ପ୍ରବେଶ କରୁଥିବାରୁ ଲୋକେ ଭୟଭୀତ ଅଛନ୍ତି । ଏହି ଘଟଣାରେ ବନ ବିଭାଗର କର୍ମଚାରୀ ତତ୍ପର ହେବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×