Quantum Mirror

ତୈଳଦର ବୃଦ୍ଧି ନେଇ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି

ତୈଳଦର ବୃଦ୍ଧି ନେଇ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି

ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ପୁଣିଥରେ ଟାର୍ଗେଟ କରିଛି ବିଜେଡି । ଦଳ କହିଛି, ବାରମ୍ବାର ତୈଳଦର ବୃଦ୍ଧି ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଏକ ପ୍ରେସ ବିବୃତି ଜରିଆରେ ବିଜେଡି ସାଧାରଣ ସମ୍ପାଦକ ସଂଜୟ ଦାସ ବର୍ମା କହିଛନ୍ତି, ପେଟ୍ରୋଲ ଓ ଡିଜେଲର ମାତ୍ରାଧିକ ଦରବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ଆକାଶଛୁଆଁ ହୋଇଛି । ମାତ୍ରାଧିକ ଟିକସ ଯୋଗୁଁ ଦରବୃଦ୍ଧି ହେଉଥିବା ଲକ୍ଷ୍ୟ କରାଯାଉଛି । କିନ୍ତୁ ଏ ଦିଗରେ କେନ୍ଦ୍ର ସରକାର ଦୃଷ୍ଟି ଦେଉନାହାନ୍ତି । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ କରୋନା ଆଢୁଆଳରେ ଚପାଇ ଦିଆଯାଇଛି । ଲୋକଙ୍କ ନଜରରେ ଏହା ରହିଛି ଆଗାମୀ ଦିନରେ ଏଥିପାଇଁ ଏନଡିଏ ସରକାର ଦାୟୀ ରହିବେ ବୋଲି କହିଛି ବିଜେଡି । ଶୁଳ୍କ କମାଇବା ପାଇଁ ବିଜେଡି ଦାବି କରିଛି । କେନ୍ଦ୍ର ସରକାର ତୈଳ ଉପରୁ ଉତ୍ପାଦ ଶୁଳ୍କ କମାଇବା ସହ କୃଷି ସେସ ପ୍ରତ୍ୟାହାର କଲେ ଦର କମିବ ବୋଲି କହିଛି ବିଜେଡି । ରାଜ୍ୟରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପେଟ୍ରୋଲ ଲିଟର ପିଚ୍ଛା ଶହେ ଟଙ୍କା ପାର କରିଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×