Quantum Mirror

ଜୁନ୍ ୩ୟ ସପ୍ତାହ ସୁଦ୍ଧା ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବ

ଜୁନ୍ ୩ୟ ସପ୍ତାହ ସୁଦ୍ଧା ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବ

ଭୁବନେଶ୍ୱର,୧ ।୫:ସିବିଏସଇ ପକ୍ଷରୁ ଏହି ଗାଇଡଲାଇନ୍ ପ୍ରକାଶ ପାଇଛି । ଗାଇଡଲାଇନ୍ ମୁତାବକ, ସବୁ ସ୍କୁଲରେ ୮ ଜଣିଆ ରେଜଲ୍ଟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ପ୍ରିନ୍ସପାଲ ଓ ଅନ୍ୟ ୭ ଶିକ୍ଷକଙ୍କୁ ନେଇ କମିଟି ଗଠନ ହେବ । ୭ ଶିକ୍ଷକଙ୍କ ମଧ୍ୟରୁ ୫ ଜଣ ନିଜ ସ୍କୁଲ ଓ ଅନ୍ୟ ୨ ଜଣ ପାଖ ସ୍କୁଲର ରହିବେ । ବର୍ଷସାରା ହୋଇଥିବା ଆଧାରରେ ୮୦ ମାର୍କର ମୂଲ୍ୟାୟନ ହେବ । ବାକି ୨୦ ମାର୍କର ମୂଲ୍ୟାୟନ ଇଣ୍ଟରନାଲ ପରୀକ୍ଷାରୁ ହେବ । ଜୁନ୍ ୫ ସୁଦ୍ଧା ସିବିଏସଇକୁ ୮୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ । ମୂଲ୍ୟାୟନ ବେଳେ ସ୍କୁଲର ପୂର୍ବ ୩ ବର୍ଷର ଫଳାଫଳକୁ ବିଚାରକୁ ନିଆଯିବ । ଜୁନ୍ ୧୧ ସୁଦ୍ଧା ଇଣ୍ଟରନାଲ ୨୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ । ଏହା ସହ ଜୁନ୍ ୩ୟ ସପ୍ତାହ ସୁଦ୍ଧା ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବ ।ତେବେ ୨୦୧୯ର ସର୍କୁଲାର ଆଧାରରେ ୨୦ ନମ୍ବରର ଆଭ୍ୟନ୍ତରୀଣ ମୂଲ୍ୟାୟନ ହେବ । ୟୁନିଟ ଟେଷ୍ଟ ଆଧାରରେ ସର୍ବାଧିକ ୧୦ ନମ୍ବର ଦିଆଯିବ । ଷାଣ୍ମାସିକ ପରୀକ୍ଷା ଆଧାରରେ ସର୍ବାଧିକ ୩୦ ନମ୍ବର, ପ୍ରି‌-ବୋର୍ଡ ପରୀକ୍ଷା ଆଧାରରେ ସର୍ବାଧିକ ୪୦ ନମ୍ବର ଦିଆଯିବ । ସ୍କୁଲରେ ହୋଇଥିବା ପରୀକ୍ଷା ଆଧାରରେ ୮୦ ନମ୍ବରର ମୂଲ୍ୟାୟନ ହେବ । ଜୁନ୍‌ ୧୧ ସୁଦ୍ଧା ୨୦ ନମ୍ବରର ଆଭ୍ୟନ୍ତରୀଣ ମୂଲ୍ୟାୟନ ତାଲିକା ପଠାଯିବ ଓ ଜୁନ୍‌ ୨୦ ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×