Quantum Mirror

୨୫ଟି ରାଜ୍ୟ ପାଇଁ ୮୯୨୩.୮ କୋଟି ଅନୁଦାନ ଘୋଷଣା କଲା କେନ୍ଦ୍ର, ଓଡ଼ିଶାକୁ ୩୩୩.୮ କୋଟି

୨୫ଟି ରାଜ୍ୟ ପାଇଁ ୮୯୨୩.୮ କୋଟି ଅନୁଦାନ ଘୋଷଣା କଲା କେନ୍ଦ୍ର, ଓଡ଼ିଶାକୁ ୩୩୩.୮ କୋଟି

ନୂଆଦିଲ୍ଲୀ, ୯।୫: ଦେଶର ଅର୍ଥନୀତିକୁ ସୁଧାରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ସହାୟତାର ହାତ ବଢ଼ାଇଛନ୍ତି । ସମଗ୍ର ଦେଶରେ କରୋନାର ପ୍ରକୋପ ଭୟଙ୍କର ଭାବେ ଜାରି ରହିଛି । କରୋନା ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଶିକ୍ଷାନୁଷ୍ଠାନ, ଶିଳ୍ପସଂସ୍ଥା, ଉତ୍ପାଦନ, ନିଯୁକ୍ତି ଆଦି ବନ୍ଦ ରହିଥିବା କାରଣରୁ ଲୋକଙ୍କର ଜୀବନଜୀବକା ଉପରେ ଏହାର ପ୍ରଭାବ ପଡ଼ିଛି । ତେଣୁ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ୨୫ ରାଜ୍ୟ ପାଇଁ ଅନୁଦାନ ଘୋଷଣା କରିଛନ୍ତି । ମୋଟ ୮୯୨୩.୮ କୋଟି ଟଙ୍କା ସହାୟତା ପ୍ରଦାନ ନେଇ ଘୋଷଣା କରାଯାଇଛି । ଓଡ଼ିଶାକୁ ୩୩୩.୮ କୋଟି ଅନୁଦାନ ମିଳିବ । ସେହିପରି ୟୁପିକୁ ସର୍ବାଧିକ ୧୪୪୧.୬ କୋଟି, ଛତିଶଗଡ଼କୁ ୨୧୫ କୋଟି, ପଶ୍ଚିମବଙ୍ଗକୁ ୬୫୨.୨ କୋଟି, ବିହାରକୁ ୭୪୧.୮ କୋଟି, ଆନ୍ଧ୍ରପ୍ରଦେଶକୁ ୩୮୭.୯ କୋଟି ଓ ଆସାମକୁ ୨୩୭.୨ କୋଟିର ଅନୁଦାନ ପ୍ରଦାନ କରାଯିବ । ଆର୍ଥିକ ସହାୟତା ପ୍ରଦାନ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×