Quantum Mirror

ଓଡ଼ିଶାରେ କେନ୍ଦ୍ରୀୟ ଟିମ୍ ୪ ଜିଲ୍ଲାର ବାତ୍ୟାର କ୍ଷୟକ୍ଷତି ଆକଳନ କରି କେନ୍ଦ୍ରକୁ ଦେବେ ରିପୋର୍ଟ

ଓଡ଼ିଶାରେ କେନ୍ଦ୍ରୀୟ ଟିମ୍ ୪ ଜିଲ୍ଲାର ବାତ୍ୟାର କ୍ଷୟକ୍ଷତି ଆକଳନ କରି କେନ୍ଦ୍ରକୁ ଦେବେ ରିପୋର୍ଟ

ଭୁବନେଶ୍ୱର: ନିକଟରେ ସାମୁଦ୍ରିକ ବାତ୍ୟା ୟାଶ୍ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସମୀକ୍ଷା କରି ୫୦୦କୋଟି ଟଙ୍କା ସହାୟତା ଘୋଷଣା କରିଥିଲେ । ତେବେ ସବିଶେଷ ବାତ୍ୟା କ୍ଷୟକ୍ଷତି ଆକଳନ କରିବା ପାଇଁ ରବିବାର ଦିନ ଏକ ୩ ଜଣିଆ କେନ୍ଦ୍ରୀୟ ଟିମ୍ ଓଡ଼ିଶାରେ ପହଞ୍ଚିଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁନୀଲ କୁମାର ବର୍ଣ୍ଣୱାଲଙ୍କ ନେତୃତ୍ୱରେ ଏହି ଟିମ୍ ଆସିଛନ୍ତି । ସୋମବାର ଓ ମଙ୍ଗଳବାର ବାତ୍ୟା କ୍ଷତିଗ୍ରସ୍ତ ୪ଜିଲ୍ଲା ପରିଦର୍ଶନ କରିବା ସହ ଉଚ୍ଚପଦାଧିକାରୀଙ୍କ ସହିତ ଆଲୋଚନା କରିବେ ଏହି କେନ୍ଦ୍ରୀୟ ଟିମ୍ । ଓଡ଼ିଶାରେ ଦୁଇ ଦିନ ଧରି ବାତ୍ୟା କ୍ଷୟକ୍ଷତି ଆକଳନ କରି ନୂଆଦିଲ୍ଲୀ ଫେରିବା ପରେ ଏକ ସ୍ୱତନ୍ତ୍ର ରିପୋର୍ଟ ଦାଖଲ କରିବେ। ଏହି ଟିମ୍ରେ ଓଡ଼ିଶାର ୪ ଅଫିସର ସାମିଲ ହେବେ । ସୂଚନାଯୋଗ୍ୟ ଯେ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ବାତ୍ୟା କ୍ଷୟକ୍ଷତି ନେଇ କେନ୍ଦ୍ରସରକାରଙ୍କ ନିକଟରେ କୌଣସି ନିର୍ଦ୍ଧିଷ୍ଟ ପରିମାଣର ଆର୍ଥିକ ସହାୟତା ଦାବି କରିନାହାନ୍ତି । ତେବେ ବାତ୍ୟା କ୍ଷୟକ୍ଷତି ଆକଳନ ପରେ କେନ୍ଦ୍ରସରକାର ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଟିମର ରିପୋର୍ଟ ଉପରେ ତର୍ଜମା କରିବେ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×